www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ପର୍କର ନୂଆ ଯୁଗ ଆରମ୍ଭ

ହୁଆନ୍‍: ଚୀନ୍‍ର ହୁଆନ୍‍ ପ୍ରଦେଶ ମାଓଜେଡୋଙ୍ଗ ସ୍ଥିିତ ହୁବେଇ ପ୍ରୋଭିନ୍‍ସିଆଲ୍‍ ମୁସ୍‍ଲିମ୍‍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହି ଅନୌପଚାରିକ ଗସ୍ତରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହାକୁ ମିଶାଇ ମୋଦିଙ୍କ ଏହା ପଞ୍ଚମ ଚୀନ୍‍ ଗସ୍ତ। ଡୋକଲାମ୍‍ ବିବାଦ ପରେ ଦୁଇ ଦେଶର ତୁଙ୍ଗ ନେତାଙ୍କ ସ୍ତରରେ ହେଉଥିବା ଏହି ବୈଠକକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଆଜି ଚୀନ୍‍ରେ ପହଞ୍ଚିବା ପରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମୋଦି ଚୀନ୍‍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଦୁଇ ନେତା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ। ଇଷ୍ଟ ଲେକ୍‍ଠାରେ ନୈଶ୍ୟଭୋଜିରେ ଦୁଇ ନେତା ଯୋଗ ଦେବା ସହିତ ଲେକ୍‍ରେ ବୋଟିଂ କରିବେ। ଏହି ଗସ୍ତ ଅବସରରେ କୌଣସି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଦ୍ୱିପାକ୍ଷିକ ସମ୍ପର୍କ ଓ ଦୀର୍ଘମିଆଦି ବିକାଶ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ବ୍ୟାପାର ମୁଖପାତ୍ର ରବୀଶ କୁମାର କହିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ ଭାରତ ଓ ଚୀନ୍‍ର ସଂସ୍କୃତି ଅନେକ ଦୃଷ୍ଟିରୁ ସମାନ। ଭାରତ ଓ ଚୀନ୍‍ର ସଭ୍ୟତା ନଦୀ କୂଳରୁ ହିଁ ଆରମ୍ଭ ହୋଇଛି। ଏହି ବୈଠକକୁ ଚୀନ୍‍ ଗଣମାଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି। ଏକବିଂଶ ଶତାବ୍ଦୀ ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ ବୋଲି କେତେକ ଗଣମାଧ୍ୟମ ବର୍ଣ୍ଣନା କରିଥିବା ବେଳେ ଭାରତ-ଚୀନ୍‍ ସମ୍ପର୍କରେ ଏହା ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି କହିଛନ୍ତି। ୨୦୧୪ରେ ପ୍ରଥମେ ଗୁଜରାଟର ସାବରମତି ଆଶ୍ରମରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଅନୌପଚାରିକ ସାକ୍ଷାତ ହୋଇଥିଲା। ଏହାପରେ ଦୁଇ ନେତା ଅନେକ ବିଶ୍ୱସ୍ତରୀୟ ବୈଠକରେ ଯୋଗ ଦେଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories