www.samajalive.in
Monday, December 15, 2025
14.1 C
Bhubaneswar

ଫଳ ରାଜା ଆମ୍ବ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବର୍ଗର ଲୋକେ ଏହି ଋତୁରେ ଆମ୍ବ ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ତେବେ ମଧୁମେହ ରୋଗୀ ଆମ୍ବ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ଅଧିକ ପରିମାଣରେ ଖାଇଲେ ସେମାନଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ।

ଦିଲ୍ଲୀ ସ୍ଥିତ ନାମକରା ଚିକିତ୍ସାଳୟର ଖାଦ୍ୟ ବିଶେଷଜ୍ଞ ସୌମ୍ୟା ଶତାକ୍ଷୀଙ୍କ ମତରେ ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ରହିଛି। ଭିଟାମିନ୍ ଏ, ଲୌହ, କପର, ପୋଟାସିୟମ୍ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳେ।

- Advertisement -

ଭିଟାମିନ୍ ସି’ ଭରପୂର ଆମ୍ବ ଖାଇବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ।

ଫାଇବର ତତ୍ତ୍ବ ପରିପୂର୍ଣ୍ଣ ଏହି ଫଳରେ ୧୫୦ କ୍ୟାଲୋରୀ ଥାଏ। ଆବଶ୍ୟକତାଠାରୁ ଅଧିକ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ଗ୍ରୀଷ୍ମରେ ଦ୍ବିପହର ଭୋଜନ ସମୟରେ ଆମ୍ବ ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

କୃତ୍ରିମ ଉପାୟରେ ପାଚିଥିବା ଆମ୍ବ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

କଞ୍ଚା ଆମ୍ବକୁ ମଧ୍ୟ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର ଖାଇବା ଉପକାରୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories