www.samajalive.in
Monday, December 15, 2025
17.1 C
Bhubaneswar

ରଥଯାତ୍ରା ଲାଗି ପୁଲିସର ପ୍ରସ୍ତୁତି : ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ

କଟକ : ଜୁଲାଇ ୪ ତାରିଖରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ପୁରୀର ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଶ୍ରୀ ଜୀଉଙ୍କ ଜୁନ୍‌ ୧୭ରେ ଦେବସ୍ନାନ ପୁର୍ଣ୍ଣିମା, ଜୁଲାଇ ୨ରେ ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ, ୪ରେ ରଥଯାତ୍ରା, ୧୧ରେ ସାନ୍ଧ୍ୟ ଦର୍ଶନ, ୧୨ରେ ବହୁଡା ଯାତ୍ରା, ୧୩ରେ ସୁନାବେଶ ଓ ୧୫ରେ ନୀଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡିଶା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରେଳବାଇ ଓ ଉପକୂଳ ସୁରକ୍ଷା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ରେଲୱେ ପୁଲିସର କାର୍ଯ୍ୟ ତଦାରଖ କରିବେ। ଏସ୍‌ଆରପି ସହାୟତାରେ ଆବଶ୍ୟକ ମୁତାବକ ଅଫିସର ନିୟୋଜିତ କରିପାରିବେ। ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା(ଆଇନଶୃଙ୍ଖଳା) ପୁଲିସ ମୁତୟନ ଓ ଅାଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିବେ। କେନ୍ଦ୍ରାଞ୍ଚଳ ଆଇଜି ଏସ୍‌.କେ ପ୍ରିୟଦର୍ଶୀ ଓ ପୁରୀ ଏସ୍‌ପି ୟୁ.ଏସ୍‌ ଦାସ ଅତିରିକ୍ତ ଡିଜି ପଣ୍ଡାଙ୍କୁ ସହଯୋଗ କରିବେ। ଗୁଇନ୍ଦା ବିଭାଗ ଆଇଜି ଆର.କେ ଶର୍ମା ସ୍ପେଶାଲ ବ୍ରାଞ୍ଚ ଓ ସୁରକ୍ଷା ଦାୟିତ୍ବର ତଦାରଖ କରିବେ। ପୁଲିସ ଆଇଜି ଅମିତାଭ ଠାକୁର(ଏସ୍‌ଏପି) ରଥଯାତ୍ରା ଯିବା ଓ ଫେରିବା, ସୁନାବେଶ ଓ ଅନ୍ୟ ସମସ୍ତ ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିବେ। କ୍ରାଇମବ୍ରାଞ୍ଚ ଏସ୍‌ପି ମଦକର ସନ୍ଦିପ୍‌ ସମ୍ପତ ଓ ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର ଆଇଜି ଠାକୁରଙ୍କୁ କାର୍ଯ୍ୟରେ ସହଯୋଗ କରିବେ। କେନ୍ଦ୍ରାଞ୍ଚଳ ଆଇଜି ଏସ୍‌.କେ ପ୍ରିୟଦର୍ଶୀ ମନ୍ଦିର ଭିତର ସୁରକ୍ଷା ଓ ମନ୍ଦିର ପ୍ରଶାସନ, ସେବାୟତ ନିୟୋଗଙ୍କ ସହ ଉତ୍ତମ ବୁଝାମଣା ରଖି ସୁରୁଖୁରୁରେ ଯାତ୍ରା ପରିଚାଳନା କରିବା ଲାଗି ଦାୟିତ୍ବ ଦିଆଯାଇଛି। ଆଇଜି ଅସିତ୍‌ ପାଣିଗ୍ରାହୀ(ମୁଖ୍ୟାଳୟ)ଙ୍କୁ ରଥଯାତ୍ରା ଓ ଅନ୍ୟ ଜନଗହଳି ଦିନ ଗୁଡିକରେ ଭିଡକୁ ନିୟନ୍ତ୍ରଣ ଲାଗି ଦାୟିତ୍ବ ବଣ୍ଟନ କରାଯାଇଛି। ମୁଖ୍ୟାଳୟ ଏଆଇଜି ବିବେକାନନ୍ଦ ଶର୍ମା ତାଙ୍କୁ କାର୍ଯ୍ୟରେ ସହଯୋଗ କରିବେ। ଆଇଜି ମୁଖ୍ୟାଳୟ ଅସିତ୍‌କୁମାର ପାଣିଗ୍ରହୀ ଗୁଣ୍ଡିଚା ଯାତ୍ରା, ରଥଟଣା, ବାହୁଡା ଓ ସୁନାବେଶରେ ବାରିକେଡ, ଭିଡନିୟନ୍ତ୍ରଣ ଓ କର୍ଡନ ବ୍ୟବସ୍ଥାର ତଦାରଖ କରିବେ। ସିଗ୍‌ନାଲ ବିଭାଗ ଏସ୍‌ପି ବି.ଏନ୍‌ ଦାସ ଯୋଗାଯୋଗ ବ୍ୟବସ୍ଥାର ତଦାରଖ କରିବା ସହ ଆବଶ୍ୟକ ମୁତାବକ ମାନବ ସମ୍ବଳ ପ୍ରଦାନ କରିବା ଦାୟିତ୍ବରେ ରହିବେ। ଖୋର୍ଦ୍ଧା ୬ଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ଆର.କେ ସାହୁ ଭିଆଇପିଙ୍କ ଯାତାୟାତ ଓ ସୁରକ୍ଷା ଦାୟିତ୍ବରେ ରହିବେ। ବୁର୍ଲା ବିଟିଆଇ କମାଣ୍ଡାଣ୍ଟ ବି.କେ ନନ୍ଦ କ୍ୟାମ୍ପ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବେ। ସେ ସୁରକ୍ଷାବଳ ଓ ଅଫିସରଙ୍କ ରିପୋର୍ଟିଂ ସମୟ, ରହିବା ଓ ଶୃଙ୍ଖଳା ଉପରେ କାର୍ଯ୍ୟ କରିବେ। ଅତିରିକ୍ତ ଏସ୍‌ପି ଏ.ସି. ପହି ପୁରୀ ଟାଉନ୍‌ ଥାନା ପରିସରରେ ଥିବା ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ରହିବେ । ପୁରୀ ଏସ୍‌ପି ତଦାରଖ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ମୁତାବକ ପୁଲିସବଳ ମୁତୟନ କରିବା ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories