ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସୋହେଲା ଗାଁ’ରେ ଜଣେ ଅଧ୍ୟାପକ ଚୋରି କରି ସ୍ଥାନୀୟ ଲୋକଙ୍କଠାରୁ ମାଡ଼ ଖାଇଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସୋହେଲା ଗାଁ ଛକରେ ଥିବା ଏକ ପାନ ଦୋକାନରୁ ଟିଣ ଛପର କାଢ଼ି ସ୍ଥାନୀୟ ଏକ କଲେଜର ଓଡ଼ିଆ ଅଧ୍ୟାପକ ଓ ତାଙ୍କ ସାଥୀ ଚୋରି କରୁଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିପାରି ସେଠାରେ ପହଞ୍ଚିଥିଲେ। ମାତ୍ର ସେମାନେ ପହଞ୍ଚବା ପୂର୍ବରୁ ତାଙ୍କ ସାଥୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏହାପରେ ଗାଁ ଲୋକେ ଅଧ୍ୟାପକଙ୍କୁ ଧରି ଏକ ଗଛରେ ବାନ୍ଧି ଦେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସେମାନେ ଚୋରି କରିବାକୁ ଯେଉଁ ବାଇକରେ ଆସିଥିଲେ ତାକୁ ମଧ୍ୟ ଉତ୍ତ୍ୟକ୍ତ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।
ଚୋରି କରି ଅଧ୍ୟାପକ ଖାଇଲେ ନିର୍ଦ୍ଧୁମ ମାଡ଼
Popular Categories



