www.samajalive.in
Monday, December 15, 2025
16.1 C
Bhubaneswar

ଜୁଲାଇ ୯ରୁ ୧୬ ମଧ୍ୟରେ ଇସ୍ରୋର ’ଚନ୍ଦ୍ରଯାନ-୨’ ଅଭିଯାନ

ନୂଆଦିଲ୍ଲୀ :  ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ । ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-III କୁ ମନୋନୀତ କରାଯାଇଛି । ଏହା ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଅଭିଯାନରେ ମହାକାଶକୁ ଯାତ୍ରା କରିବ।

ଇସ୍ରୋ ପକ୍ଷରୁ  କୁହାଯାଇଛି, ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ୍‍ ରହିଛି । ସେଗୁଡିକ ହେଉଛି – ଅର୍‍ବିଟର୍‍, ଲ୍ୟାଣ୍ଡର୍‍-ବିକ୍ରମ ଓ ରୋବର୍‍-
ପ୍ରଜ୍ଞାନ । ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇସାରିଛି । ମଡ୍ୟୁଲ୍‍ ଗୁଡ଼ିକ ଇସ୍ରୋ ଉପଗ୍ରହ ଯୋଡେଇ ଓ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇ ସାରିଛି । ଖୁବ୍‍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ
ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories