www.samajalive.in
Monday, December 15, 2025
14.1 C
Bhubaneswar

ନିଟ୍‌ ଫଳାଫଳ ପ୍ରକାଶିତ : ନଳିନୀ ଖଣ୍ଡେଲୱାଲ ଟପ୍ପର

– ଓଡିଶାରୁ ୧୯୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ , -ରାଜ୍ୟର ପାସ ହାର ୫୯.୪୪ ପ୍ରତିଶତ
-ମହିଳା ଟପ୍-୨୦ରେ ରାଜ୍ୟରୁ ସଙ୍ଗୀତା ଅଗ୍ରୱାଲ,-୫ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ

ନୂଆଦିଲ୍ଲୀ : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି।ରାଜସ୍ଥାନର ଛାତ୍ର ନଳିନୀ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନହାସଲ କରି ଟପ୍ପର ହୋଇଛନ୍ତି । ପ୍ରଥମ ୩ ଜଣଙ୍କ ମଧ୍ୟରେ ଛାତ୍ରମାନେ ହିଁ ରହିଛନ୍ତି ।

ଟପ୍ପର ହୋଇଥିବା ନଳିନୀ ଖଣ୍ଡେଲୱାଲ ମୋଟ ୭୨୦ ନମ୍ବରରୁ ସର୍ବାଧିକ ୭୦୧ ନମ୍ବର ରଖି ସର୍ବ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦିଲ୍ଲୀର ଭାବିକ ବଂଶଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୟୁପିର ଅକ୍ଷତ କୌଶିକ ତୃତୀୟ ସ୍ଥାନରେ ଅଛନ୍ତି । ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଝିଅଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ୨୦ ଜଣ ଛାତ୍ରୀ ରହିଥିବା ସୂଚନା ମିଳିଛି ।

- Advertisement -

ଏହି ପରୀକ୍ଷାରେ ଓଡିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯୨୪୪ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା ବର୍ଗରେ ସ୍ଥାନ ପାଇ ୧୭ତମ ସ୍ଥାନରେ ରହିଛନ୍ତି।
ଅଣ ସଂରକ୍ଷିତ ବର୍ଗର ଏହି ପରୀକ୍ଷାର୍ଥୀ ମୋଟ ୬୮୦ ନମ୍ବର ରଖିଥିବା ବେଳେ ତାଙ୍କ ନମ୍ବର ପ୍ରତିଶତ ରହିଛି ୯୯.୯୯୧୮୪୮୩.। ତାଙ୍କର ସର୍ବଭାରତୀୟ ରାଙ୍କ ରହିଛି ୯୧। ରାଜ୍ୟରୁ ମୋଟ ୩୫୦୯୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲା ବେଳେ ୩୨୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୨୭୧୫ ଜଣ ଅନୁପସ୍ଥିତ ଥିଲେ। ୨୦୧୮ରେ ଓଡିଶା ପାଇଁ ପରୀକ୍ଷାଫଳ ୬୦.୬୮ ପ୍ରତିଶତ ଥିଲାବେଳେ ଚଳିତ ବର୍ଷ ପାସ ହାରରେ ହ୍ରାସ ଘଟିଛି। ଓଡିଆ ଭାଷାରେ ମୋଟ ୭୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ସେହିପରି ଦେଶରେ ମୋଟ ୧୫,୧୯,୩୭୫ ପରୀକ୍ଷାର୍ଥୀ ପଂଜୀକୃତ କରିଥିଲାବେଳେ ୧୪,୧୦,୭୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ୫୬.୫୦ପ୍ରତିଶତ ହାରରେ ୭,୯୭,୦୪୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ (୫୬.୨୭ ପ୍ରତିଶତ) ତୁଳନାରେ ଚଳିତ ବର୍ଷର ପାସ ହାର ଉନ୍ନତ ରହିଛି। ଦିଲ୍ଲୀର ପାସ ହାର ସର୍ବାଧିକ ୭୪.୯୨ ପ୍ରତିଶତ ରହିଛି। ଦିଲ୍ଲୀରୁ ମୋଟ ୩୦୨୧୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ୨୨୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ନାଗାଲାଣ୍ଡରେ ସର୍ବନିମ୍ନ ପାସହାର ୩୪.୫୨ ରହିଛି।
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଚଳିତ ଥର ୫ ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଏନଟିଏ ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ ଦେଶବ୍ୟାପୀ ମେ ୫ ତାରିଖ ଦିନ ଆୟୋଜିତ କରାଯାଇଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଭାରତୀୟ ମେଡିକାଲ କାଉନସିଲ/ ଭାରତୀୟ ଡେଣ୍ଟାଲ କାଉନସିଲ ଅନୁମୋଦିତ ମେଡିକାଲ, ଡେଣ୍ଟାଲ କଲେଜରେ ଏମବିବିଏସ/ବିଡିଏସ କଲେଜରେ ନାମ ଲେଖାଇବା ପାଇଁ ପରୀକ୍ଷାର ଆୟୋଜନ କରାଯାଇଥାଏ।
ଏହି ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ସର୍ବଭାରତୀୟ କୋଟା ଆସନ, ରାଜ୍ୟ ସରକାର କୋଟା ଆସନ, ରାଜ୍ୟ ମ୍ୟାନେଜମେଂଟ, ଘରୋଇ ମେଡିକାଲରେ ଏନଆରଆଇ କୋଟା ଆସନ, ଡେଣ୍ଟାଲ କଲେଜ, କୌଣସି ଘରୋଇ ଡିମ୍‍ଡ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ପୁଲ୍ କୋଟା ଆସନରେ ନାମ ଲେଖାଇ ପାରିବେ। ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ, ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଭାରତୀୟ, ଭାରତୀୟ
ବଂଶୋଦ୍ଭବ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ନିଟ ପରୀକ୍ଷା ଦେଇ ପାରିବେ।

ଛାତ୍ରଛାତ୍ରୀମାନେ ଏନ୍‌ଟିଏ ଦ୍ୱାରା ଦିଆଯାଇଥିବା ୱେବ୍‌ସାଇଟ୍‌ ntaneet.nic.in କିମ୍ବା ମେଡିକାଲ କାଉନସିଲିଂ କମିଟି ଦ୍ୱାରା ଉପଲବ୍ଧ  mcc.nic.in ରେ ଫଳାଫଳ ଦେଖି ପାରିବେ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories