www.samajalive.in
Tuesday, December 9, 2025
23.1 C
Bhubaneswar

ବାରାଣସୀରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ

ମୁମ୍ବଇ : ଅୟାନ୍ ମୁଖାର୍ଜୀ ନିର୍ଦେଶିତ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଆଗାମୀ ପର୍ଯ୍ୟାୟର ସୁଟିଂ ବାରାଣସୀରେ ଚାଲିଛି। ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ ଗଙ୍ଗା ନଦୀକୂଳରେ ପୂରା ଟିମ୍ ଦୈନିକ ଉପସ୍ଥିତ ରହୁଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅମିତାଭ ବଚ୍ଚନ, ରଣବୀର କପୁର, ଆଲିୟା ଭଟ୍ଟ ଓ ନାଗାର୍ଜୁନ ଏଥିରେ ଭାଗ ନେଇଛନ୍ତି। ତେବେ ସ୍ବାସ୍ଥ୍ୟଗତ ଅସୁବିଧା କାରଣରୁ ବିଗ୍ ବି ୨ଦିନ ପାଇଁ ମୁମ୍ବଇ ଆସିଥିଲେ। ପ୍ରଥମ ଭାଗ ବୁଲଗେରିଆ, ବଲିଭିଆ ଓ ଅନ୍ୟ ଇଉରୋପୀୟ ରାଷ୍ଟ୍ରରେ ସୁଟିଂ ଶେଷ ହୋଇଛି। କରନ୍ ଜୋହର୍ ପ୍ରଯୋଜିତ ଏଇ ଚଳଚ୍ଚିତ୍ରରେ ଶିବ ଚରିତ୍ରରେ ରଣବୀର ଓ ଈଶା ଭୂମିକାରେ ଆଲିୟା ଦେଖାଦେବେ। ଅମିତାଭ ବଚ୍ଚନ ଓ ନାଗାର୍ଜୁନଙ୍କ ଭୂମିକା ମଧ୍ୟ ବେଶ୍‌‌ ଦମ୍‌ଦାର୍ କିନ୍ତୁ ସେ ବାବଦରେ ଏଯାଏଁ ୟୁନିଟ୍ ତରଫରୁ କୌଣସି ତଥ୍ୟ ଦିଆଯାଉନାହିଁ। ଚଳିତ ବର୍ଷ ଡିସେମ୍ବର ୨୦ରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories