www.samajalive.in
Sunday, December 7, 2025
23.1 C
Bhubaneswar

ଫ୍ରେଞ୍ଚ୍ ଓପନ୍: କୋଣ୍ଟା, ମାର୍ଟିଚ୍, ଫେଡେରର କ୍ବାର୍ଟରରେ

ପ୍ୟାରିସ୍ : ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍‌ରେ ରବିବାର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍‌ସରେ ୪ର୍ଥ ରାଉଣ୍ଡ ମୁକାବିଲା ଖେଳାଯାଉଛି। ଏଥିରେ ସିଡେଡ୍ ଖେଳାଳିମାନେ ବିଜୟୀ ହୋଇ କ୍ବାର୍ଟରଫାଇନାଲରେ ସ୍ଥାନ ନିଶ୍ଚିତ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ସମସ୍ତଙ୍କ ନଜର ବିଶ୍ବର ସଫଳତମ ଗ୍ରାଣ୍ଡସ୍ଲାମ ଚମ୍ପିଆନ୍ ରଜର ଫେଡେରରଙ୍କ ଉପରେ ଥିଲା। ୪ର୍ଥ ରାଉଣ୍ଡରେ ସହଜ ବିଜୟ ହାସଲକରି ଫେଡେରର କ୍ବାର୍ଟରରେ ପ୍ରବେଶ କରିଛନ୍ତି।
୩ୟ ସିଡ୍ ସ୍ବିଜରଲାଣ୍ଡର ରଜର ଫେଡେରର ୧୨ଶ ଥର ପାଇଁ ଫ୍ରେଞ୍ଚ୍ ଓପନ୍‌ର ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଫେଡେରର ୬-୨, ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଲିଓନାର୍ଡୋ ମେୟରଙ୍କୁ ପରାସ୍ତ କରିଛନ୍ତି। ଫଳରେ ୩୭ ବର୍ଷ ବୟସ୍କ ଫ୍ରେଞ୍ଚ୍ ଓପନ୍‌ କ୍ବାର୍ଟରଫାଇନାଲରେ ପହଞ୍ଚିବାରେ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ଗ୍ରାଣ୍ଡସ୍ଲାମରେ ୫୪ତମ କ୍ବାର୍ଟରଫାଇନାଲ ଖେଳିବେ ଫେଡେରର। ୨୦୦୯ରେ ଫେଡେରର ଏଠାରେ ଚମ୍ପିଆନ୍ ହୋଇଥିଲେ।
ମହିଳା ସିଙ୍ଗଲ୍‌ସରେ ୨୬ନଂ ସିଡ୍ ବ୍ରିଟେନ୍‌ର ୟୋହାନା କୋଣ୍ଟା କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କୋଣ୍ଟା ୬-୨, ୬-୪ ସେଟ୍‌ରେ ୨୩ନଂ ସିଡ୍ କ୍ରୋଏସିଆର ଡୋନା ଭେକିଚ୍‌ଙ୍କୁ ପରାସ୍ତ କରିଛନ୍ତି। ୩୧ନଂ ସିଡ୍ ପେଟ୍ରା ମାର୍ଟିଚ୍ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କ୍ରୋଏସିଆର ମାର୍ଟିଚ୍ କଡ଼ା ମୁକାବିଲା ପରେ ୫-୭, ୬-୨, ୬-୪ ସେଟ୍‌ରେ ଇଷ୍ଟୋନିଆର କାଇଆ କାନେପିଙ୍କୁ ପରାସ୍ତ କରିଛନ୍ତି। ମାର୍ଟିଚ୍ ପ୍ରଥମଥର ପାଇଁ ଫ୍ରେଞ୍ଚ୍ ଓପନ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ୧୨ଶ ସିଡ୍ ଲାଟ୍‌ଭିଆର ଆନାଷ୍ଟାସିଆ ସେଭାତ୍ସୋଭା ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଚେକ୍ ରିପବ୍ଲିକ୍‌ର ମାର୍କେଟା ଭୋ​‌େ​‌ନ୍ଦ୍ରୗତ୍ସୋଭା ୬-୨, ୬-୦ ସେଟ୍‌ରେ ସେଭାତ୍ସୋଭାଙ୍କୁ ପରାସ୍ତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories