www.samajalive.in
Tuesday, December 9, 2025
26.1 C
Bhubaneswar

କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ପଥର ମାଡ଼, ଉଡ଼ିଲା ପାକିସ୍ତାନ ପତାକା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର ପୁରୁଣା ସହର ନୌହଟାର ଶୁକ୍ରବାର ପାକିସ୍ତାନ ଓ କେତେକ ଆତଙ୍କବାଦୀ ସଂଗଠନର ପତାକା ଉଡ଼ାଯାଇଛି।
ସୂଚନା ଅନୁସାରେ ନୌହଟାର ଐତିହାସିକ ଜାମିଆ ମସଜିଦ୍‍ରେ ନମାଜ ପାଠ ପରେ କେତେକ ଯୁବକ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀମାନେ ପାକିସ୍ତାନ ପତାକା ସହ ଲସ୍କର-ଇ-ତୋଇବା, ଅନ୍ସାର ଗଜ୍ୱାତୁଲ ହିନ୍ଦ (ଏଜିଏଚ) ଓ ଅନ୍ୟ କେତେକ ଆତଙ୍କବାଦୀ ସଂଗଠନର ପତାକା ଉଡ଼ାଇଥିଲେ। ଏହାସହ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ଜାକିର ମୁସା ଓ ଅନ୍ୟ କେତେକ ଆତଙ୍କବାଦୀଙ୍କ ପୋଷ୍ଟର ପ୍ରଦର୍ଶନ କରିଥିଲେ। ସେଠାରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରକୁ ପ୍ରଦର୍ଶନକାରୀମାନେ ପଥର ଫିଙ୍ଗିଥିଲେ। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପେଲେଟ୍‍ ଗନର ବ୍ୟବହାର କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories