ରୁସ୍ତମ-୨ର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆଡିଓ) ଦ୍ୱାରା ‘ମେକ୍‌ ଇନ ଇଣ୍ଡିଆ’ ଯୋଜନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରୁସ୍ତମ-୨ ଡ୍ରୋନ୍‌ର ରବିବାର ସଫଳ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗା ବିମାନ ପରୀକ୍ଷଣ କ୍ଷେତ୍ର ଚାଲାକେରେଠାରେ ରୁସ୍ତମ-୨ ଡ୍ରୋନର ପରୀକ୍ଷା କରାଯାଇଥିଲା । ସମୁଦ୍ର ପତ୍ତନଠାରୁ ମଧ୍ୟମ ଉଚ୍ଚତା ଉଡ଼ାଣ କ୍ଷମତା ବିଶିଷ୍ଟ ରୁସ୍ତମ -୨ ହେଉଛି ଏକ ମାନବ ବିହୀନ ଡ୍ରୋନ୍‌। ଆମେରିକାର ପ୍ରେଡାଟୋର ଡ୍ରୋନ୍‌ ଭଳି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ରୁସ୍ତମ-୨ ତଥା ତାପାସ ବିଏଚ୍‌-୨୦୧କୁ ବିକଶିତ କରାଯାଇଛି । ୨୦୦୯ ନଭେମ୍ବର ୧୬ରେ ରୁସ୍ତମ-୧ର ସଫଳ ପରୀକ୍ଷଣର ଦୀର୍ଘ ୯ ବର୍ଷ ପରେ ରୁସ୍ତମ-୨ ଆସିଛି । ରୁସ୍ତମ-୨ର ନିରନ୍ତର ୨୪ ଘଣ୍ଟା ଉଡ଼ିବାର କ୍ଷମତା ରହିଛି । ଏହା ପର୍ଯ୍ୟବେକ୍ଷଣ କାର୍ଯ୍ୟ ତୁଲାଇବା ସହ ଅସ୍ତ୍ରଶସ୍ତ୍ର ବି ପରିବହନ କରିପାରିବ । ଶତ୍ରୁ ପକ୍ଷ ଉପରେ କଡ଼ା ନଜର ରଖିବାରେ ଏହା ବିଶେଷ ସହାୟକ ହେବ । ଆବଶ୍ୟକ ପଡ଼ିଲେ ଏହା ଯୁଦ୍ଧ ପାଇଁ ବ୍ୟବହୃତ ହୋଇପାରିବ । ପ୍ରତିରକ୍ଷା ବିଭାଗର (ଗବେଷଣା ଓ ବିକାଶ) ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଏସ୍‌. ଖ୍ରୀଷ୍ଟୋଫର ଏରୋନୋଟିକାଲ ସିଷ୍ଟମର ସାଧାରଣ ନିର୍ଦେଶକ ସିପି ରାମନାରାୟଣମ, ବୈଦ୍ୟୁତିକ ଏବଂ ଯୋଗାଯୋଗ ବ୍ୟବସ୍ଥା ଡିଜି ଜି ମଞ୍ଜୁଳାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକ ରୁସ୍ତମ-୨ ପରୀକ୍ଷଣ ବେଳେ ଉପସ୍ଥିତଥିଲେ ।

Leave A Reply