www.samajalive.in
Monday, December 15, 2025
27.1 C
Bhubaneswar

ଭୁବନେଶ୍ୱର ଏମସ୍‌ରେ ଡାକ୍ତରୀ ପଢୁଥିବା କାଶ୍ମୀର ଛାତ୍ର ନିଖୋଜ

ଭୁବନେଶ୍ୱର:  ଭୁବନେଶ୍ୱର ଏମସ୍‌ରେ ଏମ୍‌ବିବିଏସ୍‌  ଦ୍ୱିତୀୟ ବର୍ଷ ପଢୁଥିବା କାଶ୍ମୀର ଛାତ୍ର ସୁହେଲ  ଅଜିଜ ନିଖୋଜ ହୋଇଯାଇଛନ୍ତି । ଏ ବିଷୟରେ ସୁହେଲଙ୍କ ପିତା ଭୁବନେଶ୍ୱରରେ ଅଭିଯୋଗ କରିଛନ୍ତି । ସେ ଭୁବନେଶ୍ୱରରେ  ପୁଲିସ କମିଶନରଙ୍କ ସହ  ଡିସିପିଙ୍କୁ ଭେଟିଛନ୍ତି ।

ଫେବ୍ରୁଆରୀ ୯ ତାରିଖରେ ସୁହେଲ ଚଣ୍ଡୀଗଡରେ ଜଣେ ବନ୍ଧୁଙ୍କର ବାହାଘର ଭୋଜିରେ ଯୋଗ ଦେବେ କହି ହଷ୍ଟେଲ ଛାଡିଥିଲେ। ଫେବ୍ରୁଆରୀ ୧୭ ତାରିଖରେ ଫେରିବେ ବୋଲି କହିଥିଲେ। ମାତ୍ର ଏହାପରେ ସେ ଫେରି ନାହାନ୍ତି । ମାତ୍ର ନିଜ ଛାତ୍ରବାସରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ‘ଆଇ କ୍ୱିଟ’ ବୋଲି ଏକ ହାତ ଲେଖା ହଷ୍ଚେଲରେ ଛାଡିଥିଲେ ।

- Advertisement -

ସୁହେଲ କୁଆଡେ ଯାଇଛନ୍ତି  ସେ ବିଷୟରେ ଜାଣି ନ ଥିବା ତାଙ୍କ ପିତା କହିଛନ୍ତି । ସେ ଫେବ୍ରୁଆରୀ ୭ ତାରିଖରେ ତାଙ୍କ ଆକାଉଣ୍ଟରେ କିଛି ଟଙ୍କା ପଠାଇଥିଲେ ।ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି । ତାଙ୍କ ଫୋନ ହାଓଡା ଷ୍ଟେସନ ନିକଟରେ ସ୍ୱିଚ ଅଫ୍‌ ହୋଇଥିବା ଟ୍ରାକିଙ୍ଗ୍‌ରୁ ଜଣାପଡିଛି । ଏବେ ହାଓଡା ଷ୍ଟେସନରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି ବୋଲି ପୁଲିସ କମିଶନର ଓ୍ୱାଇବି ଖୁରାନିଆ କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories