www.samajalive.in
Monday, December 15, 2025
15.1 C
Bhubaneswar

ଇଂ ଶରତ ଚନ୍ଦ୍ର ମହାନ୍ତିଙ୍କୁ ଅଶ୍ୱସ୍ତି

ଗଂଜାମ : ସୋରଡ଼ା ଡ୍ୟାମର ମରାମତି ଓ ଉଚ୍ଚତା ବୃଦ୍ଧି କାର୍ୟ୍ୟରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଆଜି ଵ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମଧ୍ୟବର୍ତ୍ତି କାଳୀନ ରାୟ ପ୍ରକାଶ ପାଇଛି।

୧୯୯୫-୯୬ ମସିହାରେ ହୋଇଥିବା ଏହି କାର୍ୟ୍ୟରେ ମୋଟ ୫୨୧କୋଟି ୨୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସେଥିରେ ପ୍ରାୟ ୧କୋଟି ୧୨ଲକ୍ଷ୪ହଜାର ୯୧୨ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାରେ ଵ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୧୫ମସିହା ଡିସେମ୍ବର ୨୮ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ଗତ ୨୦୦୯ ମସିହା ଅଗଷ୍ଟ ୧୦ତାରିଖରେ ମାମଲାରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ଏତଲାରେ ନାମ ନଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ତତ୍କାଳୀନ ମୁଖ୍ୟଯନ୍ତ୍ରୀ ଇଂ ଶରତ ଚନ୍ଦ୍ର ମହାନ୍ତିଙ୍କ ନାମକୁ ଯୋଡ଼ା ଯାଇଥିଲା। ଯାହାକୁ ବିରୋଧ କରି ଇଂ ଶରତ ଚନ୍ଦ୍ର ମହାନ୍ତି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ମାମଲାରୁ ତାଙ୍କୁ ବାଦ ଦେବାକୁ ଅନୁରୋଧ କରି ପିଟିସନ ଦାଖଲ କରିଥିଲେ। ସେହିଭଳି ସୁପ୍ପର କ୍ଲାସ ଠିକାଦାର ପ୍ରମୋଦ ରଥ ଅନୁରୂପ ଭାବେ ତାଙ୍କୁ ମଧ୍ୟ ଉକ୍ତ ମାମଲାରୁ ବାଦ ଦେବାକୁ ଅନୁରୋଧ କରି ପୃଥକ ପିଟିସନ ଦାଖଲ କରିଥିଲେ। ଉକ୍ତ ମାମଲାର କିଶୋର କୁମାର, ନିର୍ବାହୀଯନ୍ତ୍ରୀ ଶ୍ୟାମା ପ୍ରସାଦ ଓ ରବିକାନ୍ତଙ୍କ ସମେତ ମୋଟ ୯ଜଣଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଏହି ମାମଲାର ଶୁଣାଣି କରି ଆଜି ଵ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ନିଜର ମଧ୍ୟବର୍ତ୍ତୀ କାଳୀନ ରାୟ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ କୌଣସି ପ୍ରକଳ୍ପ କାର୍ୟ୍ୟରେ ଏସ୍ଟିମେଟ ସହିତ ଏଗ୍ରିମେଣ୍ଟର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି। ଇଂ ଶରତ ଚନ୍ଦ୍ର ମହାନ୍ତିଙ୍କ ପିଟିସନକୁ ଗ୍ରହଣ କରି ତାଙ୍କୁ ମାମଲାରୁ ବାଦ ଦେଇଛନ୍ତି। ଅପରପକ୍ଷେ ଠିକାଦାର ପ୍ରମୋଦ ରଥଙ୍କ ପିଟିସନକୁ ଖାରଜ କରିଛନ୍ତି। ଫଳରେ ଇଂ ଶରତ ଚନ୍ଦ୍ର ମହାନ୍ତିଙ୍କୁ ଏହି ଦୁର୍ନୀତି ମାମଲାରୁ କୋର୍ଟରୁ ଅଶ୍ୱସ୍ତି ମିଳିଛି।

- Advertisement -

ଇଂ ଶରତ ଚନ୍ଦ୍ର ମହାନ୍ତି ମଧ୍ୟମ ଜଳସେଚନ ବିଭାଗର ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ। ବର୍ତ୍ତମାନ ସେ ଓଡ଼ିଶା ସମେତ ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାର ଜଳସେଚନ ଉପଦେଷ୍ଟା ଥିବା ସୂଚନା।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୨୯ତାରିଖରେ ହେବ ଓ ଚାର୍ଜ ଫ୍ରେମ ହେବାର ସମ୍ଭାବନା ରହିଛି। ଉକ୍ତ ଦିନ ମାମଲାରେ ସମ୍ପୃକ୍ତ ସମସ୍ତ ୯ଜଣଙ୍କ ମଧ୍ୟରୁ ୮ଜଣ କୋର୍ଟରେ ଉପସ୍ଥିତ ରହିବେ। ମାମଲାରେ ସମ୍ପୃକ୍ତ ଇଂ କିଶୋର କୁମାରଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories