www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୨ ମୃତ ଓ ୨ ଗୁରୁତର

ଯାଜପୁର/ଖଲ୍ଲିକୋଟ: ସଡକ ଦୁର୍ଘଟଣାରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଭାଗବତ ପ୍ରସାଦ ମିଶ୍ରଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବ୍ୟାସନଗର ଚୋରଦା ନିକଟରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ୩୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଥିଲେ ଭାଗବତ।

ସେହିପରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ବୋଲେରୋ ଧକ୍କାରେ ଜଣେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଭେଜୀପୁଟ ଗ୍ରାମର ଦୀନବନ୍ଧୁ ରାଉଳ । ରାଜପଥ ପାଶ୍ଵ ନିକଟରେ ଥିବା ଏକ ଚା’ ଦୋକାନରୁ ଚା’ ପିଇ ସାରି ରାସ୍ତା ପାଶ୍ଵରେ ଠିଆ ହୋଇଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ ଦ୍ରୁତଗାମୀ ବୋଲେରୋ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୀନବନ୍ଧୁଙ୍କ ମୃତ ହୋଇଛି । ଦୁର୍ଘଟଣାରେ ବୋଲେରୋରେ ଥିବା ଦୁଇ ଜଣ ଯାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର୍ ସମେତ ବୋଲେରୋରେ ଥିବା ସଵୁ ବ୍ୟକ୍ତି ଫେରାର୍ ହୋଇ ଯାଇଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories