www.samajalive.in
Monday, December 15, 2025
16.1 C
Bhubaneswar

ମର୍ମନ୍ତୁଦ ଟ୍ରେନ୍‍ ଦୁର୍ଘଟଣା: ୧୩ ଛାତ୍ର ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଶିନଗରଠାରେ ଟ୍ରେନ୍‍ ଦୁର୍ଘଟଣାରେ ୧୩ ଜଣ ସ୍କୁଲ୍‍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ପ୍ରତ୍ୟୁଷରୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ୨୨ ଜଣ ଛାତ୍ରଙ୍କୁ ନେଇ ସ୍କୁଲ୍‍ ଯାଉଥିବା ଏକ ଭ୍ୟାନ୍‍ ଜଗୁଆଳି ବିହୀନ ଲେଭଲ୍‍ କ୍ରସିଂ ପାର ହେଉଥିବାବେଳେ ଟ୍ରେନ୍‍ ସହିତ ଧକ୍କା ହୋଇଥିଲା। ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଚଳିତ ମାସରେ ଏହାକୁ ମିଶାଇ ଦ୍ୱିତୀୟ ସ୍କୁଲ୍‍ ବସ୍‍ ଦୁର୍ଘଟଣା। ହିମାଚଳ ପ୍ରଦେଶର କଙ୍ଗ୍ରା ଜିଲାର ମାଲ୍‍କୱାଲ ଅଞ୍ଚଳରେ ଗତ ୯ ତାରିଖରେ ଏକ ସ୍କୁଲ୍‍ ବସ୍‍ ୧୦୦ ମିଟର ଗାତ ଭିତରକୁ ଖସି ପଡ଼ିବା ଯୋଗୁଁ ୨୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories