www.samajalive.in
Saturday, December 6, 2025
26.1 C
Bhubaneswar

‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ନୈରାଶ୍ୟଜନକ ପ୍ରଦର୍ଶନ; ଆଲାଦୀନ୍‍ ସହ କରିପାରୁ ନାହିଁ ମୁକାବିଲା

ମୁମ୍ବଇ : ଅର୍ଜୁନ କପୁରଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ ବକ୍ସ ଅଫିସରେ ନିରାଶାଜନକ ପ୍ରଦର୍ଶନ କରିଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି। ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ ୩ ଦିନରେ କେବଳ ୮.୬୬ କୋଟି ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ୩ ଦିନର ଆୟ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଚଳଚ୍ଚିତ୍ରର ୩ ଦିନର ଆୟ ଆଶାଠାରୁ ବହୁତ କମ୍‍ ରହିଛି। ଶୁକ୍ରବାର ଚଳଚ୍ଚିତ୍ର ୨.୧୦ କୋଟି, ଶନିବାର ୩.୦୩ କୋଟି ଓ ରବିବାର ୩.୫୩ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସରେ ଗୋଟିଏ ଦିନରେ ମୁକ୍ତିଲାଭ କରିଥିବା ହଲିଉଡ଼ ଚଳଚ୍ଚିତ୍ର ‘ଆଲାଦୀନ୍‍’ ସହ କଡ଼ା ଟକ୍କର ଯୋଗୁଁ ଚଳଚ୍ଚିତ୍ରର ଆୟ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ‘ଆଲାଦୀନ୍‍’ର ସମସ୍ତ ଭର୍ଜନ ଭାରତୀୟ ବଜାରରେ ୨ ଦିନରେ ହିଁ ୧୦.୭୫ କୋଟି ଟଙ୍କାର ବ୍ୟବସାୟ କରିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories