ଭୁବନେଶ୍ଵର: ଆସନ୍ତା ୨୯ ତାରିଖ ଅର୍ଥାତ୍ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାକୟ ଶପଥ ଗ୍ରହଣ କରିବେ। ଭୁବନେଶ୍ଵର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ନ ୧୦ଟା ୩୦ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନବୀନଙ୍କ ସମେତ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ସେହି ଦିନରେ ଶପଥ ନେବେ। ଏ ନେଇ ସୋମବାର ରାଜଭବନ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।
ଚଳିତ ବିଧାନସଭା ନିର୍ବାଚନରେ ନବୀନଙ୍କ ନେତୃତ୍ଵାଧୀନ ବିଜେଡି ବହୁମତ ହାସଲ କରିଥିଲା। ଏହା ପରେ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀ ପରିଷଦ ଇସ୍ତଫାପତ୍ର ସହ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଢ଼ିବାକୁ ଦାବି ଜଣାଇଥିଲେ। ବିଜେଡି ରାଜ୍ୟରେ ସରକାର ଗଢ଼ିବା ପାଇଁ ବହୁମତ ହାସଲ କରିଥିବା ନେଇ ରାଜ୍ୟପାଳ ନିଶ୍ଚିତ ହେବା ପରେ ନବୀନ ପଟ୍ଟନାୟକଙ୍କୁ ସରକାର ଗଢ଼ିବା ଲାଗି ଆମନ୍ତ୍ରଣ କରିଥିଲେ।



