www.samajalive.in
Saturday, December 6, 2025
23.1 C
Bhubaneswar

ପତଳା ଦେଖାଯିବାକୁ ଚାହାଁନ୍ତି କି? ତେବେ ଚୟନ କରନ୍ତୁ ଏହି ପ୍ରକାରର ପୋଷାକ

ସବୁ ଝିଅଙ୍କ ଇଚ୍ଛା ଥାଏ ଯେ, ସେମାନେ ସବୁଠାରୁ ସୁନ୍ଦର ଓ ଷ୍ଟାଇଲିସ ଦେଖା ଯାଆନ୍ତୁ। ନିଜର ପୋଷାକ ଓ ଫ୍ୟାଶନକୁ ନେଇ ସବୁ ଝିଅ ଚିନ୍ତିତ ରହିଥାଆନ୍ତି। ଏହାସହ ଝିଅମାନେ ପିନ୍ଧିଥିବା ପୋଷକ ଦ୍ବାରା ମୋଟା ଓ ପତଳା ଦେଖା ଯାଇଥାଆନ୍ତି। ବେଳେବେଳେ ଆପଣଙ୍କ ମୋଟାପଣ ଲୁକ୍‌କୁ ଖରାପ କରିଦିଏ। ପୋଷାକ ପିନ୍ଧିବା ଶୈଳୀରେ କିଛି ପରିବର୍ତ୍ତନ କରିବା ଆପଣ ପତଳା ଓ ଆକର୍ଷଣୀୟ ଦେଖାଯିବେ।
ସଠିକ୍ ଅଙ୍ଗଭଙ୍ଗୀରେ ବସିବା ଓ ଚାଲିବା ଦ୍ବାରା ଆପଣ ଅଧିକ ପତଳା ଦେଖାଯିବେ। ସଠିକ୍ ଅଙ୍ଗଭଙ୍ଗୀ ଅର୍ଥାତ କାନ, କାନ୍ଧ ଓ ପାଦ ଠିକ ଭାବେ ରହିବା। ନିଜ ଅଣ୍ଟାକୁ ସିଧା ରଖି ପାଦକୁ ଭୂମିରେ ରଖିବାକୁ ଠିକ୍ ଅଙ୍ଗଭଙ୍ଗୀ କୁହାଯାଏ।
ଉପଯୁକ୍ତ ଭାବେ ଟାଇଟ୍ ଥିବା ପୋଷାକ ପିନ୍ଧିବା ଉଚିତ। ଅଧିକ ଢିଲା କିମ୍ବା ଅଧିକ ଟାଇଟ୍ ଥିବା ପୋଷାକ ପିନ୍ଧନ୍ତୁ ନାହିଁ। ସଠିକ ପୋଷାକ ପିନ୍ଧିବା ଦ୍ବାରା ଆପଣ ପତଳା ଦେଖାଯିବେ।
ସବୁବେଳେ ଗାଢ ରଙ୍ଗର ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଯେପରି କଳା, ଗ୍ରେ, ବାଇଗଣୀ, ମାଟିଆ ରଙ୍ଗ ଇତ୍ୟାଦି। ଏପରି ପୋଷାକ ପିନ୍ଧିବା ଦ୍ବାରା ଆପଣ ଅଧିକ ପତଳା ଦେଖାଯିବେ। ଏହାସହ କେବଳ ଗୋଟିଏ ରଙ୍ଗ ଥିବା ପୋଷାକ ପିନ୍ଧି ପାରିବେ।
ଆପଣଙ୍କ ସାଇଜର ପୋଷାକ ପିନ୍ଧିବା ଦ୍ବାରା ମଧ୍ୟ ଆପଣ ପତଳା ଦେଖାଯିବେ। ନିଜ ସାଇଜ ଠାରୁ ବଡ କିମ୍ବା ଛୋଟ ପୋଷାକ ପିନ୍ଧନ୍ତୁ ନାହିଁ। ଏହାଦ୍ବାରା ଆପଣ ମୋଟା ଦେଖାଯିବେ। ତେଣୁ ପୋଷାକ କିଣିବା ବେଳେ ଧ୍ୟାନ ଦିଅନ୍ତୁ।
କେବେ ବି ବଡ ବଡ ଚିତ୍ର ଅଙ୍କା ଯାଇଥିବା ପୋଷାକରେ ପିନ୍ଧନ୍ତୁ ନାହିଁ। ଏହାଦ୍ବାରା ଆପଣ ମୋଟା ଦେଖା ଯାଆନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories