www.samajalive.in
Wednesday, December 10, 2025
23.1 C
Bhubaneswar

ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କୋଟଗଡ : କନ୍ଧମାଳ ଜିଲା କୋଟଗଡ ମଦାଙ୍ଗୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଟର ସାଇକେଲ( ନଂ ଓଡି ୧୮ ଡି ୧୨୩୮)ରେ କୋଟଗଡରୁ ବଜାର ସାରି ଶ୍ୱଶୁର ନିର୍ପୁ ମୁଠାମାଝୀ(୪୫)ଙ୍କୁ ବସାଇ ଜ୍ୱାଇଁ ଦାଉଦ ମୁଠାମାଝୀ ନିଜ ଗାଁ ସ୍ଲିନ୍ଦୁପଦର ଅଭିମୁଖେ ମଟର ସାଇକେଲରେ ଫେରିବା ସମୟରେ ମଦାଙ୍ଗୀ ନିକଟରେ ଏକ ଡ୍ରେନରେ ଜୋରରେ ପିଟି ହୋଇଥିଲେ। ଫଳରେ ଖବରପାଇ କୋଟଗଡ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଣି କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଚିକିତ୍ସା ବେଳେ ନିର୍ପୁ ମୁଠାମାଝୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣକ ଗୁରୁତର ଥିବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଦାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହାପରେ କୋଟଗଡ ପୁଲିସ କେସ୍ ନଂ-୩୧ ଦ୦୧୯ , ଧାରା ୨୭୯ ,୨୩୭,୩୩୮ ,୩୦୪ ଏଆଇପିସି.ରେ ଏକ ମାମଲା ରୁଜୁ କରି ମୃତକଙ୍କ ମୃତଦେହ ବ୍ୟବଛେଦ ପାଇଁ ତୁମୁଡିବନ୍ଧକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ଥ ମଟରସାଇକେଲକୁ ଜବତ କରିଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories