www.samajalive.in
Wednesday, December 10, 2025
16.1 C
Bhubaneswar

ଉତ୍ତରପ୍ରଦେଶରେ ବିଜେପିକୁ ଅଟକାଇପାରିଲାନି ମହାମେଣ୍ଟ !

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ନେତୃତ୍ଵାଧୀନ ଏନଡିଏକୁ ଅଟକାଇବାକୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି କଳବଳ କୌଶଳ ଲଗାଇ ଦେଇଥିଲେ। ବିଜେପିକୁ ମାତ୍‌ ଦେବାକୁ ଉଭୟ ଦଳ ମିଶି ମହାମେଣ୍ଟ ଗଠନ କରିଥିଲେ। କିନ୍ତୁ ଗେରୁଆ ଦଳକୁ ଅଟକାଇ ପାରିନାହିଁ ମହାମେଣ୍ଟ। ଅପରାହ୍ନ ୨ଟା ସୁଦ୍ଧା ରାଜ୍ୟରେ ୮୦ ଆସନରୁ ବିଜେପି ୫୪ ଆସନରେ ଆଗୁଆ ରହିଛି। ସେହିପରି ଏସପି-ବିଏସପି ମହାମେଣ୍ଟ ମାତ୍ର ୨୪ ଆସନରେ ଆଗୁଆ ରହିଛି। କଂଗ୍ରେସ ୨ଟି ଆସନରେ ଆଗରେ ରହିଛି।

ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଆମେଠି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ରାଏବରେଲୀରେ ସୋନିଆ ଗାନ୍ଧୀ ଆଗୁଆ ଥିବାବେଳେ ବାରାଣସୀରେ ନରେନ୍ଦ୍ର ମୋଦୀ ଆଗରେ ଅଛନ୍ତି। ଏହାବ୍ୟତୀତ ଆଜମଗଡ଼ ଆସନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଗୁଆ ରହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories