www.samajalive.in
Monday, December 15, 2025
16.1 C
Bhubaneswar

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ; ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ, ପ୍ରିୟଙ୍କା ଓ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧ ଦିବସ ଅବସରରେ ମଙ୍ଗଳବାର କଂଗ୍ରେସ ମହାସଚିବ ତଥା ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୂର୍ବାହ୍ନରେ ପ୍ରିୟଙ୍କା ଓ ରାହୁଲ ମା’ ସୋନିଆ ଗାନ୍ଧୀଙ୍କ ସହିତ ଦିଲ୍ଲୀ ସ୍ଥିତ ବୀରଭୂମିରେ ପହଞ୍ଚି ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହିପରି ନିକଟରେ ରାଜୀବ ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରି ତାଙ୍କୁ ଭ୍ରଷ୍ଟାଚାରୀ ନମ୍ବର ୧ ବୋଲି କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଙ୍ଗଳବାର ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

- Advertisement -

ଏହି ଅବସରରେ ପ୍ରିୟଙ୍କା ଏକ ପୋଷ୍ଟ କରି ତାଙ୍କ ବାପା ତାଙ୍କ ପାଇଁ ହିରୋ ଥିଲେ ବୋଲି କହିଛନ୍ତି। ସେହିପରି ରାହୁଲ ଟ୍ବିଟ୍‌ କରି କହିଛନ୍ତି, ତାଙ୍କ ବାପା ଜଣେ ଭଦ୍ର, ସ୍ନେହଶୀଳ, ଦୟାଳୁ ବ୍ୟକ୍ତି ଥିଲେ। ସମସ୍ତଙ୍କୁ ଭଲ ପାଇବା ଏବଂ ସମ୍ମାନ ଦେବାକୁ ସେ ମୋତେ ଶିକ୍ଷା ଦେଇଛନ୍ତି। କାହାକୁ ଘୃଣା ନ କରିବା ଏବଂ ସମସ୍ତଙ୍କୁ କ୍ଷମା ଦେବାକୁ ସେ କୁହନ୍ତି। ମୁଁ ତାଙ୍କୁ ବହୁତ ମିସ୍‌ କରୁଛି।’

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories