www.samajalive.in
Monday, December 15, 2025
15.1 C
Bhubaneswar

ଘରର ଆସବାବପତ୍ର ସହ ଜଡ଼ିତ ଆପଣଙ୍କ ଉନ୍ନତି

ଜୀବନରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି। ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିବା ପାଇଁ କିଛି ଉପାୟ କୁହାଯାଇଛି। ଘର କିମ୍ବା କାର୍ଯ୍ୟାଳୟର ଆସବାବପତ୍ରରେ କିଛି ପରିବର୍ତ୍ତନ କରି ଆପଣ ଜୀବନରେ ସମସ୍ତ ସୁଖ, ବୈଭବ ଏବଂ ଉନ୍ନତି ପାଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ଚାଲନ୍ତୁ ଜାଣିବା ସେ ବିଷୟରେ –

-ଚୀନ ବାସ୍ତୁଶାସ୍ତ୍ର ଅନୁସାରେ, ଆସବାବପତ୍ରର ଡିଜାଇନ୍ ସରଳ ଓ ସାଧାସିଧା ହେବା ଉଚିତ। ଯଦି କୌଣସି ଆସବାବପତ୍ର ଗୋଲାକାର ଥିବ ତେବେ ତାକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। କୁହାଯାଏ ଯେ ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବାସ କରିଥାଏ।
-ଛୋଟ ଓ ହାଲୁକା ଆସବାବପତ୍ରକୁ ପୂର୍ବ ଏବଂ ଉତ୍ତର ଦିଗରେ ରଖିବା ଉଚିତ। ସେହିଭଳି ଓଜନିଆ ଆସବାବପତ୍ରକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖିବା ଶୁଭ ବୋଲି ଧରାଯାଇଥାଏ।
-ସେହିପରି ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ପରିବାର ସଦସ୍ୟଙ୍କ ଫଟୋ କାଠରେ ନିର୍ମିତ ଫ୍ରେମରେ ଲଗାଇ ପୂର୍ବ ଦିଗରେ ହୋଇଥିବା କାନ୍ଥରେ ଲଗାଇବା ଉଚିତ।
-କାର୍ଯ୍ୟାଳୟରେ ସର୍ବଦା ହାଲୁକା ରଙ୍ଗର ଆସବାବପତ୍ର ବ୍ୟବହାର କରିବା ଆବଶ୍ୟକ।
-ବ୍ୟବସାୟରେ ଉନ୍ନତି ପାଇଁ ଘରର ପୂର୍ବ ଦିଗରେ କାଠ ନିର୍ମିତ ଆସବାବପତ୍ରକୁ ସଜାଇ ରଖନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories