www.samajalive.in
Sunday, December 14, 2025
17.1 C
Bhubaneswar

ଟଙ୍କା ହଡ଼ପ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ୩ ବର୍ଷ ଜେଲ

କନ୍ଧମାଳ: ଫୁଲବାଣୀ ଭିଜିଲାନ୍ସ କୋର୍ଟ ଏକ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଟଙ୍କା ହଡ଼ପ ମାମଲାରେ ଜଣେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାନ୍ତିଙ୍କୁ ୩ ବର୍ଷ ଜେଲ୍‍ ଓ ୪୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଆଉ ୯ ମାସ ଅଧିକ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସେହିପରି ସମ୍ପୃକ୍ତ ଶ୍ରେଣୀ ଗୃହ କାର୍ଯ୍ୟର ଭୁଲ୍‍ ମାପ ଓ ହିସାବ କରିଥିବା ଅପରାଧରେ ସର୍ବଶିକ୍ଷା ଅଭିଯାନର ଜଣେ ଟେକନିକାଲ କନସଲଟାଣ୍ଟ (ଟିସି) ପୃଥିରାଜ ଲେଙ୍କାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଏକ ବର୍ଷ ଜେଲ୍‍ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ବିଚାରପତି ଉଲ୍ଲେଖ କରିଛନ୍ତି।

୨୦୦୪-୦୫ ଆର୍ଥିକ ବର୍ଷରେ କନ୍ଧମାଳ ଜିଲା କ.ନୂଆଗାଁ ଅନ୍ତର୍ଗତ ଆସୁମାଡି ପ୍ରାଥମିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବିଦ୍ୟାଳୟର ବ୍ୟାଙ୍କ ଖାତାରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାମେଶ୍ୱର ପ୍ରଧାନ ମିଶି ସେହି ଟଙ୍କାରୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ଉଠାଇ ଶେଣୀ ଗୃହର ଛାତ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ନିୟମ ଥିବାବେଳେ ତାହା କରା ନ ଯାଇ ସର୍ବଶିକ୍ଷା ଅଭିଯାନର ଟେକନିକାଲ କଲସଲଟାଣ୍ଟ (ଟି.ସି.) ପୃଥିରାଜ ଲେଙ୍କା ଏହି କାର୍ଯ୍ୟକୁ ମାପି ସେଥିରେ ୫୯,୨୦୨ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଥିଲେ। ପରେ ସେହି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories