www.samajalive.in
Monday, December 15, 2025
16.1 C
Bhubaneswar

ୟୁପି: ମୋଦୀଙ୍କ ରାଲିକୁ ନ ଯିବାରୁ ଦଳିତଙ୍କ ଉପରେ ଆକ୍ରମଣ

ଉତ୍ତର ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଉତ୍ତର ପ୍ରଦେଶର ଚନ୍ଦୋଲୀରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ସମୟରେ ବିଜେପି କର୍ମୀମାନେ ଦଳିତଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଦଳିତମାନେ ରାଲିରେ ଯୋଗ ଦେବାକୁ ମନା କରିବାରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମୁଁ ନୁହେଁ ପାର୍ଟି ବଡ଼ ଓ ପାର୍ଟିଠାରୁ ଦେଶ ବଡ଼, ତା ପୂର୍ବରୁ ଦଳୀୟ କର୍ମୀମାନେ ଦଳିତମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁବାର ଅପରାହ୍ନରେ ଧାବପୁରରେ ମୋଦୀଙ୍କ ରାଲିରେ ଯୋଗ ଦେବାକୁ ବିସୁନ୍ଧରୀ ଗ୍ରାମର ବିଜେପି ସମର୍ଥକମାନେ ସେହି ଗ୍ରାମର ଦଳିତମାନଙ୍କୁ କହିଥିଲେ କିନ୍ତୁ ସେମାନେ ବହୁଜନ ସମାଜ ପାର୍ଟିର ସମର୍ଥକ ହୋଇଥିବାରୁ ବିଜେପି ରାଲିରେ ଯୋଗ ଦେବେ ନାହିଁ ବୋଲି ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ସମର୍ଥକମାନେ ଲୁହ ରଡ଼ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୧୦ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବିଏଚୟୁ ଟ୍ରମା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ପୁଲିସ ପ୍ରଥମେ ଏତଲା ଗ୍ରହଣ କରିବାକୁ ମନା କରିଥିଲା ହେଲେ ଜନ ଆକ୍ରୋଶ ଭୟରେ ଆଇପିସି ଧାରା ୧୫୪ ଅନୁଯାୟୀ ଏତଲା ଗ୍ରହଣ କରାଯାଇଛି।

- Advertisement -

ଚନ୍ଦୋଲୀ ଆସନରେ ବହୁ ସଂଖ୍ୟକ ଠାକୁର ସମ୍ପ୍ରଦାୟ ଲୋକ ବସବାସ କରୁଥିବା ବେଳେ ବିଜେପି ଏବଂ ମହାଗଠବନ୍ଧନ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ। ତେବେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ରାଲି ପରେ ବିଜେପି ସମର୍ଥକମାନେ ଟଙ୍କା ବଣ୍ଟନ କରିଥିବା ଅଭିଯୋଗ ହୋଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories