ପୁରୀ : ପୁରୀ ଗୋପବନ୍ଧୁ ଭବନରେ ଗୁରୁବାର ସମାଜ ପକ୍ଷରୁ ‘ଫନି’ ପରବର୍ତ୍ତି ରିଲିଫ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜ ରିଲିଫ କମିଟିର ଚେୟାରମ୍ୟାନ ଶ୍ରୀ ନିରଞ୍ଜନ ରଥ, ସମାଜ ରିଲିଫ କମିଟିର ସେକ୍ରେଟେରୀ ଡ଼. ପ୍ରଭାସ ଆଚାର୍ଯ୍ୟ, ସମାଜର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ସମାଜସେବୀ ଶ୍ରୀ ଜଗଦାନନ୍ଦ, ଫ୍ରଫେସର ରାଧାମୋହନ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ୪୫ଟି ସ୍ବେଛାସେବୀ ସଂଗଠନର ପ୍ରତିନିଦ୍ଧିମାନେ ମଧ୍ୟ ଯୋଗ ଦେଇଥିଲେ।




