www.samajalive.in
Saturday, December 13, 2025
27.1 C
Bhubaneswar

‘ଭାରତ ସହ ଚୁକ୍ତି ଚୂଡ଼ାନ୍ତ ହେଲେ ଏଫ-୨୧ ଅନ୍ୟ କୌଣସି ଦେଶକୁ ବିକ୍ରି କରିବୁ ନାହିଁ’

ୱାଶିଂଟନ: ଭାରତ ସହ ଏଫ-୨୧ ଯୁଦ୍ଧ ବିମାନ କାରବାର ପାଇଁ ଚୁକ୍ତି ଚୂଡ଼ାନ୍ତ ହୋଇଗଲେ ଏହାକୁ ଅନ୍ୟ କୌଣସି ରାଷ୍ଟ୍ରକୁ ବିକ୍ରି କରିବୁ ନାହିଁ ବୋଲି ଆମେରିକାର ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଲକ୍‌ହୀଦ ମାର୍ଟିନ ପକ୍ଷରୁ କୁହାଯାଇଛି। ଲକହୀଦ ମାର୍ଟିନର ଯୁଦ୍ଧ କୌଶଳ ଏବଂ ବାଣିଜ୍ୟ ବିକାଶ ବିଭାଗର ଉପସଭାପତି ବିବେକ ଲାଲ ପିଟିଆଇକୁ ଏକ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ଏହି ନୂଆ ଯୁଦ୍ଧ ବିମାନ ଭାରତରେ ୬୦ଟି ବାୟୁସେନା ଘାଟିରେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହୋଇଛି। ଉତ୍କୃଷ୍ଟ ଇଞ୍ଜିନ ମାଟ୍ରିକ୍ସ, ଇଲେକ୍‌ଟ୍ରୋନିକ୍‌ ୱାରଫେୟାର ସିଷ୍ଟମ ଏବଂ ଯୁଦ୍ଧାସ୍ତ୍ର ପରିବହନ ଦକ୍ଷତା ଏହି ନୂଆ ଯୁଦ୍ଧ ବିମାନର ମୁଖ୍ୟ ବୈଶିଷ୍ଟ୍ୟ। ଏହି ଯୁଦ୍ଧ ବିମାନକୁ ଆମେ ବିଶ୍ବର ଅନ୍ୟ କୌଣସି ଦେଶକୁ ବିକ୍ରି କରିବୁ ନାହିଁ। ଲକହୀଦ ମାର୍ଟିନର ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ଏବଂ କମ୍ପାନୀ ଭାରତର ଗୁରୁତ୍ବ ​‌ଓ ଭାରତର ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବୋଲି ବିବେକ ଲାଲ କହିଛନ୍ତି।

୧୧୪ଟି ଯୁଦ୍ଧ ବିମାନ କ୍ରୟ କରିବାକୁ ଗତମାସରେ ଭାରତୀୟ ବାୟୁସେନା ପ୍ରାରମ୍ଭିକ ଟେଣ୍ଡର ଜାରି କରିଥିଲା। ଟେଣ୍ଡର ମୂଲ୍ୟ ୧୮୦୦ କୋଟି ଡଲାର ରହିଛି। ବାଲାକୋଟରେ ଭାରତର ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତୀୟ ବାୟୁସେନା ଲକହୀଦ ମାର୍ଟିନ କମ୍ପାନୀ ସହ ଏଫ-୨୧ କିଣିବା ଲାଗି ଚୁକ୍ତି କରିବାକୁ ଉଦ୍ୟମ କରିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

- Advertisement -

ଏଫ-୧୬ ଏବଂ ଏଫ-୨୧ ମଧ୍ୟରେ କିଛିଟା ସମାନତା ରହିଛି। କିନ୍ତୁ ଏଫ-୨୧ରେ କିଛି ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ରହିଛି। ଏୟାର ଫ୍ରେମ୍‌, ଯୁଦ୍ଧାସ୍ତ୍ର ପରିବହନ କ୍ଷମତା, ଇଞ୍ଜିନ ମାଟ୍ରିକ୍ସ ଏବଂ ଇଞ୍ଜିନର ଉପଲବ୍ଧତା ଭଳି କିଛି ନୂଆ ବ୍ୟବସ୍ଥା ରହିଛି। ଏଫ-୧୬ ତୁଳନାରେ ଏଥିରୁ ୪୦ ପ୍ରତିଶତ ଅଧିକ ଯୁଦ୍ଧାସ୍ତ୍ର ପରିବହନ କରାଯାଇପାରିବ। ଏହି ଯୁଦ୍ଧ ବିମାନରେ ଭାରତ ପାଇଁ ସ୍ବତନ୍ତ୍ର ଭାବେ ଇଲେକ୍‌ଟ୍ରୋନିକ ୱାରଫେୟାର ସିଷ୍ଟମ ବିକଶିତ କରାଯାଇଛି ବୋଲି ଲାଲ୍‌ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories