www.samajalive.in
Thursday, December 11, 2025
23.1 C
Bhubaneswar

ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଷ୍ଟାଲିନଙ୍କୁ ଭେଟିଲେ କେସିଆର

ଚେନ୍ନାଇ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ଏହାପରେ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତେବେ ଦେଶରେ ବିଭିନ୍ନ ଆଞ୍ଚଳିକ ଦଳକୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ ଲାଗି ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଏଥିପାଇଁ ସୋମବାର ଅପରାହ୍ନରେ କେସିଆର ତାମିଲନାଡୁ ଗସ୍ତ କରି ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି। ଡିଏମକେ ଦେଶରେ ଏକ ଅଣ-ବିଜେପି ସରକାର ଚାହୁଁଥିବାରୁ ଏହାକୁ କେସିଆର ସମର୍ଥନ କରି କେସିଆର ଷ୍ଟାଲିନଙ୍କ ସହ ଆଲୋଚନା କରିଛନ୍ତି।

ତେବେ ତାମିଲନାଡୁରେ ଡିଏମକେ କଂଗ୍ରେସ ସହ ମେଣ୍ଟ କରିଥିବାରୁ ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ କରିବାକୁ ଷ୍ଟାଲିନ ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। ରାଜ୍ୟରେ ବିରୋଧୀ ଦଳ ନେତା ଷ୍ଟାଲିନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଅନ୍ୟପଟେ କଂଗ୍ରେସ ମହାମେଣ୍ଟ ସରକାର ପାଇଁ କେସିଆର ଏବଂ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ସହ ପୂର୍ବରୁ ଆଲୋଚନା କରିଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କେସିଆର କଂଗ୍ରେସକୁ କହିଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ତୃତୀୟ ସାମ୍ମୁଖ୍ୟକୁ ସଫଳ କରିବା ଲାଗି କେସିଆର ଗତ ୬ ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ନେତା ପିନାରାୟୀ ବିଜୟନଙ୍କୁ ଭେଟିଥିଲେ। ବୈଠକଟି ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ବିଜୟନ ଗଣମାଧ୍ୟମକୁ କହିଥିଲେ। ପୂର୍ବରୁ କେସିଆର ୨୦୧୮ ଏପ୍ରିଲରେ ମଧ୍ୟ ଷ୍ଟାଲିନଙ୍କୁ ଭେଟି ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ସୋମବାର କେସିଆର ଏବଂ ଷ୍ଟାଲିନଙ୍କ ମଧ୍ୟରେ ଆଲୋଚନା ପରେ ଏନସିପି ପକ୍ଷରୁ ଡିଏମକେ ନେତ୍ରୀ କାନିମୋଝିଙ୍କ ସହ ଆଲୋଚନା କରାଯାଇଥିଲା। କିନ୍ତୁ କାନିମୋଝି କଂଗ୍ରେସ ଓ ଡିଏମକେ ମଧ୍ୟରେ ମେଣ୍ଟ ଅକ୍ଷୁର୍ଣ୍ଣ ରହିବ ଏବଂ ତୃତୀୟ ସାମ୍ମୁଖ୍ୟ ସ୍ବପ୍ନ ବୋଲି ଉତ୍ତର ଦେଇଥିବା ସୂଚନା ମିଳିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories