www.samajalive.in
Sunday, December 14, 2025
17.1 C
Bhubaneswar

ଏଣିକି ଆଇଟିଆଇରେ ଇ-ନାମଲେଖା

ଭୁବନେଶ୍ୱର : ଏଣିକି ରାଜ୍ୟର ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ଇ-ନାମଲେଖା ହେବ। ଚଳିତ ଶିକ୍ଷାବର୍ଷରେ ସମସ୍ତ ସରକାରୀ ଆଇଟିଆଇରେ ଇ-ନାମଲେଖା ସମ୍ପନ୍ନ ହେବ। ଏଥିପାଇଁ ଅନ୍‍ଲାଇନ୍‍ ଆବେଦନ ପ୍ରକ୍ରିୟା ମେ’ ତୃତୀୟ ସପ୍ତାହରୁ ଆରମ୍ଭ କରାଯିବ। ତେବେ ଆସନ୍ତା ଶିକ୍ଷାବର୍ଷରୁ ଘରୋଇ ଆଇଟିଆଇଗୁଡ଼ିକରେ ଇ-ନାମଲେଖା ଅନୁଷ୍ଠିତ ହେବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ଶିକ୍ଷାବର୍ଷଠାରୁ ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ନାମଲେଖା ପାଇଁ ଷ୍ଟୁଡେଣ୍ଟ ଏକାଡେମିକ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ(ସାମ୍‍ସ) କାର୍ଯ୍ୟକାରୀ କରାଯାଉଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦ୍ଧତିରେ ୪୯ଟି ସରକାରୀ ଆଇଟିଆଇ ପାଇଁ ଅନ୍‍ଲାଇନ୍‍ରେ ଦରଖାସ୍ତ ଦାଖଲ କରାଯିବ। ସେହିପରି ଚଳିତଶିକ୍ଷା ବର୍ଷଠାରୁ ବେସରକାରୀ ଆଇଟିଆଇରେ ମଧ୍ୟ ଇ-ନାମଲେଖା ପ୍ରକ୍ରିୟା ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ପଲିଟେକ୍‍ନିକ୍‍ ଓ ଡିପ୍ଲୋମା ପାଇଁ ସାମସ୍‍ ଜରିଆରେ ଅନ୍‍ଲାଇନ୍‍ରେ ଦରଖାସ୍ତ ୨୦୧୮-୧୯ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ। ଏ ନିମନ୍ତେ ଓକାକ୍‍ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଇ-ନାମଲେଖା ପାଇଁ ମଡ୍ୟୁଲ୍‍ରେ ମନୋନୟନ ପ୍ରକ୍ରିୟାରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଅନ୍‍ଲାଇନ୍‍ ଦରଖାସ୍ତ ଓ ନାମଲେଖା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମେ’ ତୃତୀୟ ସପ୍ତାହରୁ ଅନ୍‍ଲାଇନ୍‍ ଦରଖାସ୍ତ ଦାଖଲ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ବାହାରିବାପରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦୁଇ ଦଫାରେ ମନୋନୟନ ତାଲିକା ଅନ୍‍ଲାଇନ୍‍ରେ ପ୍ରକାଶ କରାଯିବ ଏବଂ ବଳକା ସିଟ୍‍ ପାଇଁ ନାମଲେଖା ସ୍ପଟ୍‍ ସିଲେକ୍‍ସନ୍‍ ଜରିଆରେ ଅନୁଷ୍ଠାନ ସ୍ତରରେ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ କେବଳ ଗୋଟିଏ ଦଫାରେ ସିଲେକ୍‍ସନ୍‍ କରାଯିବ। ଦରଖାସ୍ତ ଦାଖଲଠାରୁ ଆରମ୍ଭ କରି ମୂଲ୍ୟାୟନ, ସୂଚନା ପ୍ରେରଣ, ନାମଲେଖା ଆଦି ସମସ୍ତ ତଥ୍ୟାବଳୀର ଦୃଢ଼ୀକରଣ ସମ୍ପୃକ୍ତ ଆଇଟିଆଇ ସ୍ତରରେ କରାଯିବ। ଦରଖାସ୍ତକାରୀ ଛାତ୍ରଛାତ୍ରୀମାନେ ଯେତେସଂଖ୍ୟକ ଟ୍ରେଡ୍‍ ପାଇଁ ଚାହିଁବେ ସେମାନେ ଅନ୍‍ଲାଇନ୍‍ରେ ଦରଖାସ୍ତ ଦାଖଲ କରିପାରିବେ। ଛାତ୍ରଛାତ୍ରୀଙ୍କୁ ଏସ୍‍ଏମ୍‍ଏସ୍‍, ଇମେଲ୍‍, ୱେବ୍‍ସାଇଟ୍‍ ଓ ଆଇଟିଆଇ ନୋଟିସ୍‍ ବୋର୍ଡରେ ନାମଲେଖା ସଂକ୍ରାନ୍ତ ସୂଚନା ଦିଆଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories