ସାନ୍ନା : ୟେମେନ୍ର ଏକ ବିବାହ ଉତ୍ସବରେ ବିମାନ ଆକ୍ରମଣ ହେବା ଫଳରେ ୨୦ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ପ୍ରାୟ ୪୦ଜଣ ଗୁରୁତର ଆହତ ହୋଇଛନ୍ତି। ଦେଶର ସରକାରକୁ ସମର୍ଥନ କରୁଥିବା ସାଉଦିଆରବ ନେତୃତ୍ୱରେ ପରିଚାଳିତ ମିଳିତ ଶକ୍ତିକୁ ଦେଶର ହାଉତି ବିଦ୍ରୋହୀମାନେ ଏଥିପାଇଁ ଦାୟୀ କରିଛନ୍ତି। ଏହି ବିଦ୍ରୋହୀମାନେ ଉତ୍ତର ୟେମେନ୍ର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଛନ୍ତି। ଉଦ୍ଧାରକାରୀ ଦଳଙ୍କ କହିବାନୁଯାୟୀ, ହାଉତିଙ୍କ ନିୟନ୍ତ୍ରଣାଧୀନ ହାଜା ରାଜ୍ୟର ବନି କ୍ୱାଇସ୍ ଅଞ୍ଚଳରେ ଜେଟ୍ ବିମାନ ଯୋଗେ ଏହି ଆକ୍ରମଣ ହୋଇଥିଲା।
Popular Categories



