www.samajalive.in
Sunday, December 14, 2025
15.1 C
Bhubaneswar

ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ ଶରଦ ପାୱାର; କହିଲେ ଏନସିପି ବଟନ ଚିପିଲେ ଭୋଟ ବିଜେପିକୁ ଯାଉଛି

ମୁମ୍ବଇ : ଜାତୀୟ କଂଗ୍ରେସ ପାର୍ଟି (ଏନ୍‍ସିପି) ଅଧ୍ୟକ୍ଷ ଶରଦ ପାୱାର ପୁଣି ଥରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଶରଦ ପାୱାର ଶୁକ୍ରବାର ଦାବି କରିଛନ୍ତି ଯେ ସେ ନିିଜ ଦଳ ଏନ୍‍ସିପି ପାଇଁ ବଟନ ଚିପିଥିଲେ, ହେଲେ ଭୋଟ ବିଜେପିକୁ ଚାଲିଗଲା। ନିଜ ଆଖିରେ ସେ ଏହା ଦେଖିଛନ୍ତି ବୋଲି କହିଛନ୍ତି।

ଶରଦ କହିଛନ୍ତି ଯେ ସବୁ ଇଭିଏମକୁ ନେଇ ସେ ଏହି ପ୍ରଶ୍ନ କରୁନାହାନ୍ତି। ନିକଟରେ ହାଇଦରାବାଦ ଏବଂ ଗୁଜୁରାଟର କେତେକ ଲୋକ ତାଙ୍କ ଆଗରେ ଏକ ଇଭିଏମ ମେସିନ ରଖିଥିଲେ। ସେ ଇଭିଏମରେ ଏନସିପି ପାଇଁ ବଟନ ଚିପିବା ମାତ୍ରେ ଭୋଟ ବିଜେପିକୁ ଚାଲିଯାଇଥିଲା। ତେଣୁ ଇଭିଏମରେ ଗଡ଼ବଡ଼ ହୋଇପାରିବ ବୋଲି ସେ ଦାବି କରିଛନ୍ତି।

- Advertisement -

ପ୍ରକାଶ ଯେ ପୂର୍ବରୁ ୨୧ ବିରୋଧୀ ଦଳ ଇଭିଏମ ହ୍ୟାକିଂ ଓ ଗଡ଼ବଡ଼ ଆଶଙ୍କା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆବେଦନ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ୫୦% ଇଭିଏମ ଓ ଭିଭିପାଟ ସ୍ଲିପ୍‍ ମିଳାଇବା ଆବେଦନକୁ ଖାରଜ କରିଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories