www.samajalive.in
Saturday, December 6, 2025
14.1 C
Bhubaneswar

ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ରାସ୍ତାରୋକ

ଭୁବନେଶ୍ୱର : ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ ଛକରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ରାସ୍ତାରୋକ କରିଛନ୍ତି। ବାତ୍ୟା ପ୍ରଭାବରେ ଲୋକଙ୍କ ଧନସମ୍ପତ୍ତି ଓ ଘରଦ୍ୱାର ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କୁ ମ୍ୟୁନିସିପାଲଟି ପକ୍ଷରୁ ପାଣି ଯୋଗାଣ ସହ ବିଦ୍ୟୁତ ଯୋଗାଣରେ ମଧ୍ୟ ବିଳମ୍ବ ହେଉଥିବା କଥା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ, ଶୁକ୍ରବାର ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଆଜିକୁ ଆଠ ଦିନ ବିତିଲାଣି। ମାତ୍ର ବାତ୍ୟାର ପ୍ରଭାବରେ ବିଭିନ୍ନ ସ୍ଥାନ ବିପୁଳଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାନୀୟ ଜଳ ଓ ଅସହ୍ୟ ତାତି ପାଇଁ ବିଦ୍ୟୁତ ନଥିବାରୁ ସଭିଁଙ୍କ ପାଇଁ ଏହା ଏକ ବିରାଟ ସମସ୍ୟା ପାଲଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories