ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ନୂଆ କୁଳପତି ଭାବେ ପୱନ କୁମାର ଅଗ୍ରୱାଲଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୱନ କୁମାରଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି। ପୱନ କୁମାର ଜାତୀୟ କୃଷି ବିଜ୍ଞାନ ପାଣ୍ଠି, ଆଇସିଏଆରର ଏଡିଜି ଅଛନ୍ତି।
ସୂଚନାଯୋଗ୍ୟ, ଓୟୁଏଟିର କୁଳପତି ଥିବା ସୁରେନ୍ଦ୍ର ନାଥ ପଶୁପାଳକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ରାଜ୍ୟପାଳ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିର୍ଦେଶ ଦେଇଥିଲେ। ଏହା ସହିତ ରାଜ୍ୟପାଳ ପଶୁପାଳକଙ୍କୁ କୁଳପତି ପଦବୀରୁ ଅବ୍ୟାହତି ଦେଇ ଛୁଟିରେ ଯିବାକୁ ନିର୍ଦେଶ ଦେଇଥିଲେ।



