www.samajalive.in
Wednesday, December 10, 2025
23.1 C
Bhubaneswar

ଗାନ୍ଧୀ ପରିବାର ଯୁଦ୍ଧ ଜାହାଜକୁ ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରିଥିବା ନେଇ ମୋଦୀଙ୍କ ମନ୍ତବ୍ୟକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତିଗ୍ରସ୍ତ କହିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ରାଜୀବଙ୍କ ମୃତ୍ୟୁ ପାଇଁ ବିଜେପି ଦାୟୀ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମୋଦୀ ଏକ ନିର୍ବାଚନୀ ପ୍ରଚାର ସଭାରେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ରାଜୀବ ଏପରି ଜଣେ ବ୍ୟକ୍ତି ଯିଏ ୧ ନମ୍ବର ଭ୍ରଷ୍ଟାଚାରୀ ଭାବେ ମରିଥିଲେ। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଗାନ୍ଧୀ ପରିବାର ଆଇଏନଏସ ବିରାଟ ଯୁଦ୍ଧ ଜାହାଜକୁ ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରିଥିଲେ। ରାଜୀବ ଗାନ୍ଧୀ ଏବଂ ତାଙ୍କ ପରିବାର ଯୁଦ୍ଧ ଜାହାଜରେ ୧୦ ଦିନିଆ ଛୁଟି କାଟିବାକୁ ଯାଇଥିଲେ। ଆଇଏନଏସ ବିରାଟ ଆମ ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲା। କିନ୍ତୁ ଗାନ୍ଧୀ ପରିବାର ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିଲା।

- Advertisement -

ମୋଦୀଙ୍କ ମନ୍ତବ୍ୟର ଜବାଦ ଦେଇ କଂଗ୍ରେସ ନେତା ଅହମଦ ପଟେଲ ଟ୍ବିଟ୍‌ କରି କହିଛନ୍ତି, ଶହୀଦ ହୋଇଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏପରି ଅପମାନିତ କରିବା ଭୀରୁତାର ପରିଚୟ। ରାଜୀବଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ପଟେଲ ପ୍ରଶ୍ନ କରି ଲେଖିଛନ୍ତି, ୧୯୯୧ରେ ବିଜେପି ସମର୍ଥିତ ଭି.ପି. ସିଂହ ସରକାର ଥିଲା। ସେ ସମୟରେ ରାଜୀବ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୋଇନ୍ଦା ସୂଚନା ମିଳିଥିଲା। ତେଣୁ ରାଜୀବଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇଦେବାକୁ ବାରମ୍ବାର ଅନୁରୋଧ କରାଯିବା ସତ୍ବେ ବିଜେପି ତାହା କରାଇ ଦେଇ ନ ଥିଲା। ଭି.ପି. ସିଂହ ସରକାର ତାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇଦେବାକୁ ମନା କରିଦେଇଥିଲା। କେବଳ ଜଣେମାତ୍ର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଦିଆଯାଇଥିଲା। ଫଳରେ ସେହିବର୍ଷ ରାଜୀବଙ୍କୁ ହତ୍ୟା କରାଗଲା। ଶ୍ରୀଲଙ୍କାର ବିଚ୍ଛିନ୍ନତାବାଦୀ ସଂଗଠନ ଲିବରେଶନ ଟାଇଗର୍ସ ଅଫ ତାମିଲ ଈଲମ(ଏଲଟିଟିଇ) ରାଜୀବଙ୍କୁ ହତ୍ୟା କରିଥିଲା।

ଅନ୍ୟପଟେ ମୋଦୀ ନିଜ ମନ୍ତବ୍ୟ ଉପରେ କହିଛନ୍ତି, ଯଦି କଂଗ୍ରେସ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ପ୍ରଶ୍ନ କରିପାରୁଛି ତା’ହେଲେ ଆମେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଉପରେ କାହିଁକି ପ୍ରଶ୍ନ କରିପାରିବୁ ନାହିଁ। କଂଗ୍ରେସ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଏବଂ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଉତ୍ତର ଦେବା ଉଚିତ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories