ଇନ୍ଦ୍ରାଣୀ କହିଲେ ମୋର ଜୀବନ ପ୍ରତି ବିପଦ

0

ନୂଆଦିଲ୍ଲୀ: ସୀନା ବୋରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ ହୋଇଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜୀବନ ପ୍ରତି ବିବଦ ରହିଛି ବୋଲି ସେ କୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜେଲରେ ଥିବାବେଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଉକ୍ତ ଦିନ ସେ କେବଳ ତାଙ୍କ ଆଇନଜୀବୀଙ୍କ ସହ ସାକ୍ଷାତ କରିଥିଲେ। ବାହାରର କୌଣସି ଖାଦ୍ୟ ଖାଇ ନଥିଲେ। ଜେଲ ଖାଦ୍ୟ ଖାଇ ଅସୁସ୍ଥ ହେବାରୁ ସେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସିବିଆଇ କୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି।

Leave A Reply