www.samajalive.in
Sunday, December 14, 2025
17.1 C
Bhubaneswar

ପୂର୍ବୋତ୍ତର ଉପକୂଳକୁ ଅଗ୍ରସର ହେଉଛି ‘ଫନି’, ସହର ଖାଲି – ଫେରିଗଲେ ପର୍ଯ୍ୟଟକ

ଭୁବନେଶ୍ୱର/ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ଫନି’ ତୀବ୍ର ବେଗରେ ଉପକୂଳ ଅଞ୍ଚଳ ଆଡକୁ ମାଡିଆସୁଥିବାରୁ ଏବଂ ଶୁକ୍ରବାର ସକାଳ ୧୦ରୁ ୧୧ ମଧ୍ୟରେ ଭୂମି ସ୍ପର୍ଶ କରିବାକୁ ଥିବାରୁ, ଯୁଦ୍ଧକାଳୀନ ଭିତ୍ତିରେ ବସ, ଟ୍ରେନ, ଡଙ୍ଗା ଓ ବିଭିନ୍ନ ଉପାୟରେ ପାଖାପାଖି ୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ପୁରୀ ଆଡକୁ ଗତି କରୁଥିବା ଫନି ଦୃଷ୍ଟିରୁ ସମୁଦ୍ର କୁଳ ଜନଶୂନ୍ୟ ହୋଇପଡିଛି। ବିଶେଷ କରି ପ୍ରଭାବିତ ହେବାକୁ ଥିବା ୧୫ଟି ଜିଲ୍ଲାର ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ ପାଇଁ ପ୍ରଶାସନ ତତ୍ପର ହୋଇଛି। ସେମାନଙ୍କୁ ଆଶ୍ରୟ ସ୍ଥଳୀ, ସ୍କୁଲ, କଲେଜ ଓ ବିଭିନ୍ନ ସ୍ଥାନରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉପକୂଳ ଅତିକ୍ରମ ସମୟରେ ‘ଫନି’ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦କିଲୋମିଟର ରହିବ। ତେଣୁ ଏହାକୁ ମଧ୍ୟମ ବର୍ଗ ୩ ଶ୍ରେଣୀରେ ରଖାଯାଇଛି। ଇତି ମଧ୍ୟରେ ପାରାଦ୍ୱୀପ ଓ ବିଶାଖାପଟନମ ବନ୍ଦରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯିବା ସହ କୌଣସି ଦୁର୍ଘଟଣାକୁ ଏଡେଇବା ପାଇଁ ଜାହାଜଗୁଡିକୁ ବାହାରକୁ ନେଇଯିବାକୁ କୁହାଯାଇଛି। ୯୦୦ଟି ଆଶ୍ରୟ ସ୍ଥଳୀକୁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories