www.samajalive.in
Monday, December 15, 2025
15.1 C
Bhubaneswar

ଇସରତ ଜାହାନ ମିଥ୍ୟା ଏନକାଉଣ୍ଟର ମାମଲା: ବଞ୍ଜାରା ଏବଂ ଅମୀନ ହେଲେ ଅଭିଯୋଗ ମୁକ୍ତ

ନୂଆଦିଲ୍ଲୀ : ଇସରତ ଜାହାନ ମିଥ୍ୟା ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଗୁରୁବାର ଗୁଜୁରାଟର ପୂର୍ବତନ ଉପପୁଲିସ୍‍ ମହାନିର୍ଦେଶକ ଡି.ଜି ବଞ୍ଜାରାଙ୍କ ସହ ଏନକେ ଅମୀନଙ୍କୁ ଅଭିଯୋଗମୁକ୍ତ କରିଛନ୍ତି। ଏହା ପୂର୍ବରୁ ଗୁଜୁରାଟ ହାଇକୋର୍ଟ ଉଭୟଙ୍କ ବିରୋଧରେ ମୋକଦ୍ଦମା ପାଇଁ ମଞ୍ଜୁରୀ ଦେବାକୁ ମନା କରିଦେଇଥିଲେ। ଏହା ପରେ ମାର୍ଚ୍ଚ ୨୬ରେ ବଞ୍ଜାରା ଏବଂ ଅମୀନ ନିଜ ଉପରେ ଲାଗିଥିବା ଅଭିଯୋଗ ହଟାଇବାକୁ ଦାବି କରିଥିଲେ।
ବିଚାରପତି ଜେକେ ପାଣ୍ଡ୍ୟା କହିଥିଲେ ଯେ ଉଭୟଙ୍କ ବିରୋଧରେ ମୋକଦ୍ଦମା ପାଇଁ ଗୁଜୁରାଟ ସରକାର ସ୍ୱୀକୃତି ଦେଇନାହାନ୍ତି, ତେଣୁ କୋର୍ଟ ମାମଲାକୁ ରଦ୍ଦ କରୁଛି। ପ୍ରକାଶ ଯେ ସିଆରପିସି ଧାରା ୧୯୭ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୋଧରେ ମୋକଦ୍ଦମା ପାଇଁ ସରକାରଙ୍କ ସ୍ୱୀକୃତି ଆବଶ୍ୟକ।

ପ୍ରକାଶ ଯେ ୨୦୦୪ ଜୁନ ୧୫ରେ ୧୯ ବର୍ଷ ବୟସ୍କ ଇସରତ୍‍ ଜାହାନ ଓ ତାଙ୍କ ବନ୍ଧୁ ଜାଭେଦ୍‍ ଓରଫ ପ୍ରଣେଶ ଏବଂ ୨ ପାକିସ୍ତାନୀ ନାଗରିକ ଜୀଶାନ ଜୋହର ଓ ଅମଜାଦ ଅଲ୍ଲୀ ରାଣାଙ୍କୁ ବଞ୍ଜାରାଙ୍କ ନେତୃତ୍ୱରେ ପୁଲିସ ଦଳ ଅହମ୍ମଦାବାଦ ଉପକଣ୍ଠରେ ଗୁଳି କରିଥିଲେ। ଇସରତ ଏବଂ ତାଙ୍କ ବନ୍ଧୁଙ୍କୁ ଆତଙ୍କବାଦୀ ବୋଲି ପୁଲିସ ଦର୍ଶାଇଥିଲା। ସେମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଆସିଥିଲେ ବୋଲି କୁହାଯାଇଥିଲା। ମାତ୍ର ଇସରତ୍‍ ଏବଂ ତାଙ୍କ ବନ୍ଧୁଙ୍କୁ ମିଥ୍ୟା ଏନ୍‍କାଉଣ୍ଟର କରାଯାଇଥିବା ସିବିଆଇ ତଦନ୍ତରୁ ଜଣାପଡିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories