www.samajalive.in
Sunday, December 14, 2025
17.1 C
Bhubaneswar

ପୁଣି ‘ୟେତି’ ଚର୍ଚ୍ଚା: ପାଦଚିହ୍ନର ଫଟୋ ଉଠାଇଲେ ଭାରତୀୟ ଯବାନ

ନୂଆଦିଲ୍ଲୀ : ରହସ୍ୟମୟ ହିମମାନବ ବା ୟେତି ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ପ୍ରଥମ ଥର ପାଇଁ ସୂଚନା ପ୍ରଦାନ କରାଯାଇଛି। ନେପାଳ ଗସ୍ତରେ ଥିବା ସେନାର ପର୍ବତାରୋହୀ ଦଳ ମଙ୍ଗଳବାର ବରଫ ଉପରେ ୟେତିର ପାଦ ଚିହ୍ନ ଥିବା ଫଟୋ ଜାରି କରିଛନ୍ତି। ଏଥିରେ ପାଦଚିହ୍ନର ଆକାର ୩୨ ଇଞ୍ଚରେ ୧୫ ଇଞ୍ଚ ବା ୮୧/୩୮ ସେଣ୍ଟିମଟର ଦର୍ଶାଯାଇଛି। ନେପାଳ-ଚୀନ୍‌ ସୀମାନ୍ତ ମାକାଲୁ ପର୍ବତ ଅଞ୍ଚଳରୁ ଗତ ୯ ତାରିଖରେ ଏହି ଫ​‌େ​‌ଟା ଉଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ମାକାଲୁ ହେଉଛି ବିଶ୍ବର ଉଚ୍ଚତମ ପର୍ବତ ମଧ୍ୟରୁ ଗୋଟିଏ। ମାକାଲୁ-ବାରୁନ୍‌ ଉପତ୍ୟକାରେ ଅବସ୍ଥିତ ଏହି ପାହାଡ଼ର ବରଫାବୃତ୍ତ ପୃଷ୍ଠ ଭାଗରେ ରହସ୍ୟମୟ ପାଦଚିହ୍ନ ଦେଖି ସେନା ଯବାନ ଏହାର ଚି‌େ‌ତ୍ତ୍ରାଳନ କରିଛି। ଫଟୋ, ଭିଡିଓ ତଥା କ୍ଷତ୍ରୀୟ ପ୍ରମାଣ ଆଧାରରେ ୟେତିର ଉପସ୍ଥିତି ସମ୍ପର୍କରେ ସେମାନେ ବର୍ଣ୍ଣନା କରିଛନ୍ତି। ଅଧିକ ଗବେଷଣା ପାଇଁ ଏହାକୁ ବିଶେଷଜ୍ଞଙ୍କୁ ପ୍ରଦାନ କରାଯାଇଛି।
ହିମମାନବକୁ ବୈଜ୍ଞାନିକମାନେ ନେପାଳୀ କାହାଣୀର ଏକ କାଳ୍ପନିକ ଜୀବ ବୋଲି ଅଭିହିତ କରୁଥିବାବେଳେ ସମୟସମୟରେ ହିମାଳୟର ବରଫ ଚଦର ଉପରେ ବୃହଦାକାର ପାଦଚିହ୍ନ ୟେତି ସମ୍ପର୍କିତ ଚର୍ଚ୍ଚାକୁ ପୁନରୁଜ୍ଜୀବିତ କରିଆସିଛି। ୟେତି ଏକ ବିରାଟକାୟ ଲୋମଶ ପ୍ରାଣୀ। ଏହା ହିମାଳୟରେ ବୁଲୁଥାଏ। ଏହାକୁ କେହି ଦେଖି ନ ଥିଲେ ମଧ୍ୟ ବରଫରେ ଦେଖାଯାଉଥିବା ପାଦଚିହ୍ନରୁ ଅନେକ ଏଭଳି ଏକ ଜୀବର କାଳ୍ପନିକ ଚିତ୍ର ଆଙ୍କିଛନ୍ତି। ପର୍ବତାରୋହୀମାନେ ହିମାଳୟରେ ୟେତିର ଛାଇ ଦେଖିଥିବା ଦାବି କରିଛନ୍ତି; ତେବେ ୧୯୨୦ରୁ ଏହାର ଅନୁସନ୍ଧାନ ଜାରି ରହିଛି। ପ୍ରଥମ ଏଭରେଷ୍ଟ ବିଜୟୀ ଏଡ଼ମଣ୍ଡ ହିଲାରୀଙ୍କଠାରୁ ଆରମ୍ଭ କରି ଅଦ୍ୟାବଧି ସମ​‌େ​‌ସ୍ତ ଏହାର ସନ୍ଧାନ ଚଳାଇଛନ୍ତି। ୨୦୦୮ରେ ଜାପାନୀ ପର୍ବତାରୋହୀ ଏହାର ପାଦଚିହ୍ନ ଦେଖିଥିବା ଦାବି କରିଥିଲେ; କିନ୍ତୁ ଅଦ୍ୟାବଧି କେହି କିଛି ପ୍ରମାଣ ପାଇ ନାହାନ୍ତି। ୨୦୦୮ରେ ଆମେରିକାର ଦୁଇ ପର୍ବତାରୋହୀ ଅଧା ମଣିଷ-ଅଧା ପଶୁ ଥିବା ଏକ ବିଚିତ୍ର ବୃହଦାକାର ଜୀବ ଦେଖିଥିବା ଓ ଏହା ଗରିଲା ଭଳି ଦୃଶ୍ୟମାନ ହେଉଥିବା ଦାବି କରିଥିଲେ। ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଦୀର୍ଘ ଲେନ୍ସ ବିଶିଷ୍ଟ ଶକ୍ତିଶାଳୀ କ୍ୟାମେରା କୌଣସିଥିରେ ଏହି ରହସ୍ୟମୟ ଜୀବ ଧରାପଡ଼ୁ ନାହିଁ। ଅପରପକ୍ଷରେ ୨୦୧୭ରେ ବୈଜ୍ଞାନିକମାନେ ବିଭିନ୍ନ ତଥ୍ୟପ୍ରମାଣ ଉଦ୍ଧାର କରି ଏହା ହିମାଳୟରେ ବାସ କରୁଥିବା ବରଫ ଭାଲୁର ପାଦଚିହ୍ନ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories