www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଧାନ ବିଚାରପତି ବିରୋଧରେ ଯୌନନିର୍ଯାତନା ମାମଲା; ତଦନ୍ତରୁ ଓହରିଲେ ଅଭିଯୋଗକାରିଣୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ବିରୋଧରେ ଯୌନନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ମଙ୍ଗଳବାର ତଦନ୍ତ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ସୁପ୍ରିମକୋର୍ଟ ପକ୍ଷରୁ ତିନି ଜଣିଆ ବିଚାରପତି ମଣ୍ଡଳୀ ଦ୍ବାରା ଚାଲିଥିବା ତଦନ୍ତରେ ସେ ଅଂଶଗ୍ରହଣ କରିବେ ନାହିଁ କହିଛନ୍ତି। କ୍ରମାଗତ ତିନିଦିନ ବିଚାରପତି ମଣ୍ଡଳୀଙ୍କ ତଦନ୍ତର ସମ୍ମୁଖୀନ ହେବା ପରେ ଏଠାରୁ ତାଙ୍କୁ ନ୍ୟାୟ ମିଳିବା ଆଶା କ୍ଷୀଣ ବୋଲି ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ‘ଗମ୍ଭୀର ଚିନ୍ତା ଓ କିଛି ଅକୁହା କାରଣରୁ ମୁଁ ଆଉ ଏହି ତଦନ୍ତ କମିଟିର ସମ୍ମୁଖୀନ ହେବାକୁ ଚାହୁଁ ନାହିଁ’ ବୋଲି ସେ କହିଛନ୍ତି। ଜଷ୍ଟିସ ଏସ୍‌.ଏ ବୋବଡେ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ​ନେଇ ଗଠିତ ବିଚାରପତି ମଣ୍ଡଳୀ ବା ତଦନ୍ତ କମିଟି ସମ୍ମୁଖରେ ସେ ଗତ ୨୬ ଓ ୨୯ ତାରିଖ, ଦୁଇ ଦିନ ହାଜର ହୋଇଥିଲେ। ‘ଏହି କମିଟି ଉପଯୁକ୍ତ ଢ଼ଙ୍ଗରେ ମୋର ଆବେଦନ ଶୁଣିବେ ଓ ମୋତେ ନ୍ୟାୟ ଦେବେ ବୋଲି ଆଶା ଥିଲା। କମିଟିର ସଦସ୍ୟମାନେ ବର୍ତ୍ତମାନର ବିଚାରପତି ହୋଇଥିଲେ ମଧ୍ୟ ସେମାନେ ମୋର ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଗୁରୁତ୍ବ ଦେବେ ବୋଲି ବିଶ୍ବାସ ଥିଲା; କିନ୍ତୁ ଦୁଇ ଦିନର ହାଜିରା ପରେ ଅନୁଭବ କଲି ଯେ ଏହା କୌଣସି ବାହ୍ୟ ତଦନ୍ତ କମିଟି ନୁହେଁ; ବରଂ ଏହାର ସଦସ୍ୟମାନେ ପ୍ରଧାନ ବିଚାରପତିଙ୍କ କନିଷ୍ଠ ସହଯୋଗୀ। ମୁଁ ଏକ ବାହ୍ୟ ତଦନ୍ତ କମିଟି ଗଠନ କରିବାକୁ ଆବେଦନ କରିଥିଲି; କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ। ସେମାନେ ମୋତେ ବା ମୋ ପରିବାରକୁ ନ୍ୟାୟ ଦେଇପାରିବେ ନାହିଁ ବୋଲି ହୃଦୟଙ୍ଗମ ହେବାରୁ ମୁଁ ଆଉ କମିଟି ଆଗରେ ହାଜର ନ ହେବାକୁ ନିଷ୍ପତ୍ତି ନେଲି’ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଚାରପତି ମଣ୍ଡଳୀ ଶୁକ୍ରବାର ନିଜ ପ୍ରକୋଷ୍ଠରେ ପ୍ରଥମ ବୈଠକ ଆହ୍ବାନ କରିଥିଲେ। ଏଥିରେ ଅଭିଯୋଗକାରିଣୀଙ୍କ ସହିତ ସୁପ୍ରିମକୋର୍ଟର ମହାସଚିବ ହାଜର ହୋଇଥିଲେ। ଏହି କମିଟି ବିଶାଖା ମାର୍ଗଦର୍ଶିକା ଆଧାରରେ ଗଠନ ହୋଇ ନ ଥିବା ନେଇ ସେଦିନ ସେ ଆପତ୍ତି ଉଠାଇଥିଲେ। ତା’ଛଡ଼ା ତାଙ୍କ ବକ୍ତବ୍ୟର ଭିଡିଓ ରେକର୍ଡିଂ ପାଇଁ କମିଟି ମନା କରିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories