www.samajalive.in
Monday, December 15, 2025
17.1 C
Bhubaneswar

୯୯ ବଦଳରେ ଶୂନ୍ୟ ମାର୍କ – ଶିକ୍ଷକ ନିଲମ୍ବିତ

ହାଇଦ୍ରାବାଦ: ସମ୍ପ୍ରତି ତେଲେଙ୍ଗାନା ଯୁକ୍ତ ଦୁଇ ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଖାତା ମୂଲ୍ୟାୟନ ବେଳେ ୯୯ ବଦଳରେ ଶୂନ୍ୟ ମାର୍କ ଦେବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଗଠିତ କମିଟି ସରକାରଙ୍କୁ ରିପୋର୍ଟ ଦେବା ପରେ, କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ତେଲେଙ୍ଗାନା ଯୁକ୍ତ ଦୁଇ ପରିଷଦ ପଦକ୍ଷେପ ନେବା ଆରମ୍ଭ କରିଛି। ପରିଷଦ ସ୍କୃଟିନାଇଜର ଦାୟିତ୍ୱରେ ଥିବା ଜଣେ ଆଦିବାସୀ ଶିକ୍ଷକ ବିଜୟ କୁମାରଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ଏତେ ବଡ ତ୍ରୁଟି ପାଇଁ ପରିଷଦର ବରିଷ୍ଠ ଅଧିକାରୀ ଓ ଆଇଟି କମ୍ପାନୀ ଗ୍ଲୋବଆରେନା ଟେକ୍ନୋଲୋଜି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର ଓ ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ୨୦ଛାତ୍ରଙ୍କ ଆତ୍ମହତ୍ୟା ପରେ ପ୍ରାୟ ୩ଲକ୍ଷ ଫେଲ ପିଲାଙ୍କ ଉତ୍ତର ଖାତା ପୁନଃ-ମୁଲ୍ୟାୟନକୁ ସରକାର ଦେୟ ମୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories