www.samajalive.in
Monday, December 15, 2025
16.1 C
Bhubaneswar

ବରଫ କଳରୁ ଆମୋନିଆ ଗ୍ୟାସ୍ ଲିକ୍, ଲୋକେ ଆତଙ୍କିତ।

ଧାମରା : ଭଦ୍ରକ ଜିଲା ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ନିରଞ୍ଜନ ମଣ୍ଡଳଙ୍କ ବରଫ କଳରୁ ଆମୋନିଆ ଗ୍ୟାସ ଲିକ୍ ହେବା ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଶନିବାର ସନ୍ଧ୍ୟା ୫.୩୦ ମିନଟ ସମୟରେ ଏହି ବରଫ କଳରୁ ଆମୋନିଆ ଗ୍ୟାସର ଭଲଭ୍ ଫାଟି ବାହାରି ଯାଇଥିଲା ଫଳରେ ଏହି ଆମୋନିଆ ଗ୍ୟାସ୍ ଧାମରା ବଜାର ଏବଂ ଧାମରା ଗ୍ରାମ ମଧ୍ୟକୁ ବ୍ୟାପି ଯାଇଥିଲା। ଏହାର ପ୍ରଭାବରେ ଲୋକମାନେ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ଧାମରା ବଜାରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଥିଲେ। ଧାମରା ଗ୍ରାମର ଲୋକମାନେ ନିଜ ଘରୁ ବାହାରି ଫାଙ୍କା ସ୍ଥାନକୁ ବାହାରି ପଳାଇଥିଲେ। ଖବର ପାଇବା ପରେ ଧାମରା ଥାନାଧିକାରୀ ଏବଂ ଧାମରା ଅଗ୍ନିଶମ ବିଭାଗ ତୁରନ୍ତ ଆସି ଏହି ଗ୍ୟାସର ଭଲଭ୍ ବନ୍ଦ କରିଥିଲେ। ଧାମରା ଥାନାଧିକାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ସମସ୍ତ ଜନସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ କହିଥିଲେ। ପରେ ସନ୍ଧ୍ୟା ୬.୩୦ରେ ସାଧାରଣ ଜନତା ଆଶ୍ୱସ୍ଥ ହେବା ସହ ଜନଜୀବନ ସ୍ୱାଭାବିକ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ, କୌଣସି ଜନବସତି ଠାରୁ ଅନ୍ୟୁନ୍ୟ ୫୦୦ ମିଟର ଦୂରରେ ଏହି ବରଫ କଳ ନିର୍ମାଣ କରିବାର ନିୟମ ଥିବା ବେଳେ ରାଜ୍ୟ ପ୍ରଦୁଷଣ ଏବଂ ପରିବେଶ ବିଭାଗ କିପରି ଏହି ବରଫ କଳ ମାଲିକଙ୍କୁ ଧାମରା ବଜାର ଏବଂ ଜାଗୁଳା ଗ୍ରାମ ମଧ୍ୟରେ ବରଫ କଳ ସ୍ଥାପନ କରିବାକୁ ଆଦେଶ ଦେଲେ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories