www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରକୃତି ପ୍ରେମୀଙ୍କ ପାଇଁ ବିଶେଷ ସ୍ଥାନ ସରିସ୍କା ଜାତୀୟ ଉଦ୍ୟାନ

ଯଦି ଆପଣ ପଶୁପକ୍ଷୀ ଓ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରେମୀ ତେବେ ଆପଣ ଭ୍ରମଣ ପାଇଁ ଏପରି କିଛି ସ୍ଥାନ ବିଷୟରେ ଜାଣନ୍ତୁ, ଯେଉଁଠାକୁ ବୁଲିକାକୁ ଗଲେ ଆପଣଙ୍କ ଭ୍ରମଣ ସର୍ବଦା ସ୍ମରଣୀୟ ହୋଇ ରହିବ। ଦିଲ୍ଲୀରେ ଅଳ୍ପ ଦୂରରେ ଏକ ଜାତୀୟ ଉଦ୍ୟାନ ରହିଛି ଯେଉଁଠାରେ ଆପଣ ବୁଲିବାର ପ୍ରକୃତ ଆନନ୍ଦ ପାଇପାରିବେ। ସରିସ୍କା ଜାତୀୟ ଉଦ୍ୟାନ ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଏକ ସୁନ୍ଦର ସ୍ଥାନ। ଆପଣ ଏଠାରେ ଶାନ୍ତିରେ ପ୍ରକୃତିର ସୁନ୍ଦର ବାତାବରଣ ମଧ୍ୟରେ ସମୟ ଅତିବାହିତ କରିପାରିବେ। ଏହାସହ ଏଠାରେ ଆପଣ ବିଭିନ୍ନ ପ୍ରକାରର ଜୀବଜନ୍ତୁ ମଧ୍ୟ ଦେଖିପାରିବେ।
ସରିସ୍କା ଜାତୀୟ ଉଦ୍ୟାନ ରାଜସ୍ଥାନ ରାଜ୍ୟର ଅଲୱର ଜିଲାରେ ଅବସ୍ଥିତ। ଦିଲ୍ଲୀ ଠାରୁ ସରିସ୍କା ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀରୁ ଜୟପୁର ଆସି ସେଠାରୁ ସରିସ୍କାକୁ ଆସିପାରିବେ।
ସରିସ୍କା ଜାତୀୟ ଉଦ୍ୟାନକୁ ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ କୁହାଯାଏ। ୧୯୮୨ରେ ଏହାକୁ ଜାତୀୟ ଉଦ୍ୟାନର ଆଖ୍ୟା ମିଳିଥିଲା। ଏଠାରେ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏଠାରେ ଆପଣ ବାଘ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ ବୃକ୍ଷଲତା ମଧ୍ୟ ଦେଖିପାରିବେ। ସଫାରୀର ବେଶ ମଜା ନେଇପାରିବେ। ଏହି ସ୍ଥାନର ଏକ ବିଶେଷତ୍ୱ ହେଉଛି ଅନ୍ୟ ଅଭୟାରଣ୍ୟ ତୁଳନାରେ ଏଠାରେ ଅଧିକ ସଂଖ୍ୟାରେ ଭାରତୀୟ ବାଘ ରହିଛନ୍ତି। ଏତଦ ବ୍ୟତୀତ ଚିତାବାଘ, ନୀଳ ଗାଈ, ଜଙ୍ଗଲୀ ଘୁସୁରୀ, ହରିଣ, ବିଲୁଆ, ଭଳି ଜୀବଜନ୍ତୁ ମଧ୍ୟ ଦେଖାଯାଆନ୍ତି। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ସଭିଏଁ ବେଶ ପସନ୍ଦ କରିଥାଆନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories