www.samajalive.in
Sunday, December 7, 2025
14.1 C
Bhubaneswar

ଦହି ଆଳୁ ବ୍ରେଡ୍‌

ଆବଶ୍ୟକ ସାମଗ୍ରୀ :

ପାଉଁରୁଟି – ୮ରୁ ୧୦

- Advertisement -

ସିଝା ଆଳୁ – ୨୫୦ଗ୍ରାମ

କିସମିସ୍  (କଟା) – ୧୦ରୁ ୧୫ଟି

ବସା ଦହି – ୨କପ

ତେନ୍ତୁଳି ଚଟଣି – ୧କପ

ସେଉ ଗାଣ୍ଠିଆ

ଚାଟ ମସଲା

ଜିରା ଗୁଣ୍ଡ

ଲୁଣ

ତେଲ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପାଉଁରୁଟିକୁ ଚାରି ଭାଗ କରି କାଟି ଦିଅନ୍ତୁ। ତାପରେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ପାଉଁରୁଟିକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତାପରେ ଏକ ପାତ୍ରରେ ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଏକ ବଡ ପାତ୍ରରେ ପାଉଁରୁଟି ଖଣ୍ଡ ଗୁଡିକୁ ଅଲଗା ଅଲଗା କରି ରଖନ୍ତୁ। ସେହି ପାଉଁରୁଟି ଉପରେ କାଟି ଥିବା ଆଳୁ ଓ କିସିମିସ୍ ରଖନ୍ତୁ। ତା’ ଉପରେ ଚାଟ ମସଲା, ଜିରା ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁଯାୟୀ ପକାନ୍ତୁ। ତା ଉପରେ ଦହି, ସେଉ ଗାଣ୍ଠିଆ ଓ ତେନ୍ତୁଳି ଚଟଣି ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ଆଳୁ ବ୍ରେଡ୍‌।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories