www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ସହର ବିଶ୍ଵରେ ସବୁଠାରୁ ଉତ୍ତପ୍ତ

ନୂଆଦିଲ୍ଲୀ: ଭାରତର ଅନେକ ସହର ଗତ ଶୁକ୍ରବାର ବିଶ୍ଵର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣତ ହୋଇଛି। ଇଆଇ ଡେରାଡୋ ପାଣିପାଗ ୱେବ୍‌ସାଇଟ୍‌ରେ ପ୍ରକାଶିତ ବିଶ୍ଵର ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭାରତର ୧୫ଟି ସହର ସ୍ଥାନ ପାଇଛି। ମଧ୍ୟପ୍ରଦେଶର ଖରଗୋନ ସହର ତାଲିକାର ଶୀର୍ଷରେ ରହିଛି। ଏଠାରେ ଶୁକ୍ରବାର ତାପମାତ୍ର ୪୬.୬ ଡିଗ୍ରୀ ସେଲ୍‌ସିୟର ରେକର୍ଡ କରାଯାଇଥିଲା। ସେହିପରି ମହାରାଷ୍ଟ୍ରର ଅକୋଲା ସହରର ତାପମାତ୍ରା ୪୬.୪ ଡିଗ୍ରୀ ରହିଥିଲା।

୧୫ଟି ସହର ମଧ୍ୟରୁ ମହାରାଷ୍ଟ୍ରର ୯ ସହର ଥିବା ବେଳେ ମଧ୍ୟପ୍ରଦେଶର ୩ଟି, ଉତ୍ତର ପ୍ରଦେଶର ୨ଟି ଏବଂ ତେଲେଙ୍କାନାର ଗୋଟିଏ ସହର ରହିଛି। ଆଗାମୀ ୫ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅତ୍ୟଧିକ ତାପମାତ୍ରା ରେକର୍ଡ ହୋଇଥିବା ଅନ୍ୟ ସହର ମଧ୍ୟରେ ବ୍ରହ୍ମପୁରି ୪୫.୮ ଡିଗ୍ରୀ, ୱାର୍ଦ୍ଧା ୪୫.୭, ଚନ୍ଦ୍ରପୁର ୪୫.୬ ଡିଗ୍ରୀ, ଅମରାବତୀ ୪୫.୪ ଡିଗ୍ରୀ, ନାଗପୁର ୪୫.୨, ୟଭାତମାଲ ୪୪.୫, ୱାସିମ ୪୪.୨, ଗଣ୍ଡିଆ ୪୩.୮, ଗଡ଼ଚିରୋଲି ୪୩.୨ ଏବଂ ବୁଲଧନରେ ୪୩.୧ ଡିଗ୍ରୀ​‌ ସେଲସିୟସ ରେକର୍ଡ କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories