www.samajalive.in
Saturday, December 6, 2025
19.1 C
Bhubaneswar

ବାସ୍ତୁ ଅନୁଯାୟୀ ଗୃହର ଏହି ଦିଗରେ ରଖନ୍ତୁ ପିଇବା ପାଣି

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ। ଏହି କାରଣରୁ ଲୋକେ ଘର ତିଆରି କରିବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦେଇଥାଆନ୍ତି। ବାସ୍ତୁ ଅନୁଯାୟୀ ଗୃହ ଏବଂ ଏହାର କକ୍ଷ ନିର୍ମାଣ ସହ ଗୃହର ଅନ୍ୟାନ୍ୟ ଜିନିଷର ନିର୍ମାଣ ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ କରିପାରେ ନାହିଁ। କାରଣ ନକରାତ୍ମକ ଶକ୍ତି ପ୍ରଭାବରେ ଗୃହରେ ସର୍ବଦା ସମସ୍ୟା ଲାଗି ରହିଥାଏ। ଆସନ୍ତୁ ବାସ୍ତୁ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣିବା….
ଘରେ ଥିବା ପ୍ରତ୍ୟେକ ଜିନିଷର ଦିଗ ଅନୁସାରେ ରହିବା ଉଚିତ। ତେବେ ଘରେ ଥିବା ପିଇବା ପାଣିର ସଠିକ ଦିଗରେ ରଖିବା ନିତ୍ୟାନ୍ତ ଆବଶ୍ୟକ। ସାଧାରଣତଃ ଘରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରୁ ପାଣି ପିଇଥାଆନ୍ତି। ଭିନ୍ନ ଭିନ୍ନ ସ୍ଥାନରୁ ପିଇନଥାଆନ୍ତି। ତେଣୁ ପାଣି ସମସ୍ତ ସଦସ୍ୟଙ୍କୁ ଯୋଡ଼ି ଥାଏ ବୋଲି କୁହାଯାଏ। ଏହି କାରଣରୁ ପିଇବା ପାଣିପାତ୍ରକୁ ସଠିକ ସ୍ଥାନରେ ରଖିବା ନିତ୍ୟାନ୍ତ ଆବଶ୍ୟକ।
ଘରର ପିଇବା ପାଣିର ପାତ୍ର ସର୍ବଦା ପୂର୍ବ ଓ ଉତ୍ତର ଦିଗରେ ରଖିବା ଉଚିତ। ଏହାଦ୍ୱାରା ଗୃହରେ ଶାନ୍ତିର ବାତାବରଣ ରଖିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଦକ୍ଷିଣ ଦିଗରେ ଘରର ପିଇବା ପାଣିର ପାତ୍ର ରଖିଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହ ଘରର ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories