www.samajalive.in
Saturday, December 6, 2025
19.1 C
Bhubaneswar

ଷ୍ଟ୍ରଙ୍ଗରୁମ ନିକଟରୁ ଧରାପଡିଲା ସନ୍ଦିଗ୍ଧ

କେନ୍ଦୁଝର : କେନ୍ଦୁଝରର ଇଭିଏମ୍ ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଜଣେ ସନ୍ଦିଗ୍ଧ ବ୍ୟକ୍ତଙ୍କ ସହ ବଲେରୋକୁ ବିଜେପି କର୍ମୀ ଅଟକାଇଛନ୍ତି । ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ବ୍ୟବହୃତ ଇଭିଏମ୍ ସହର ମଧ୍ୟରେ ଥିବା ମାଇନିଂ ଇଞ୍ଜିନିୟରିଙ୍ଗ ସ୍କୁଲ ପରିସରରେ ରଖାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ସନ୍ଦେହ ଜନକ ଭାବେ ଏକ ବୋଲେରୋରେ କିଛି ଯୁବକ ମାଇନିଂ ଇଞ୍ଜିନିୟରିଙ୍ଗ ସ୍କୁଲ ପରିସରରେ ମଧ୍ୟକୁ ଅବାଧ ପ୍ରବେଶ କରିଥିଲେ । ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ବିଜେପି କର୍ମୀମାନେ ପୁଲିସକୁ ଖବର ଦେବା ସହ ବୋଲେରୋ ଓ ଯୁବକମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ଅନ୍ଧାରର ସୁଯୋଗ ନେଇ ୨ ଜଣ ଖସି ଯିବାରେ ସଫଳ ହୋଇଥିଲେ । ତେବେ ପ୍ରଦିପ ମହାନ୍ତି ନାମକ ଜଣେ ଯୁବକଙ୍କୁ ବିଜେପି କର୍ମୀମାନେ ଧରିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଅଟକ ବ୍ୟକ୍ତି ଜଣକ ଜଣେ ଖଣି ବ୍ୟବସାୟୀ ଓ ପେଶାରେ ସଫ୍ଟୱାୟାର ଇଞ୍ଜିନିୟର ବୋଲି ବିଜେପି କହିଛି । ବିନା ଅନୁମତିରେ ଜଣେ ସାଧାରଣ ଲୋକ ଷ୍ଟ୍ରଙ୍ଗ ରୁମ ନିକଟକୁ ଯାଇପାରୁନଥିବା ବେଳେ ବିଳମ୍ବିତ ରାତିରେ ସଦଳ ବଳେ ଏମାନେ ଏଠାରେ କଣ କରୁଥିଲେ ତାକୁ ନେଇ ବିଜେପି ପ୍ରଶ୍ନ କରିଛି । ଏହା ବିଜେଡିର ଷଡ଼ଯନ୍ତ୍ର ବୋଲି ବିଜେପି ଅଭିଯୋଗ କରିବା ସହ ମାଇନିଂ ଇଞ୍ଜିନିୟରିଙ୍ଗ ସ୍କୁଲ ପରିସରରେ ଘେରଉ କରିଛନ୍ତି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories