www.samajalive.in
Sunday, December 7, 2025
26.1 C
Bhubaneswar

୧୬ରୁ ୧୮ ବର୍ଷ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ପୋକ୍‌ସୋ ଆଇନ ଅଧୀନରେ ଆସିବା ଅନୁଚିତ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ୧୬ରୁ ୧୮ ବର୍ଷ ବୟସର କିଶୋର-କିଶୋରୀଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା(ପୋକ୍‌ସୋ) ଆଇନ ପରିସର ମଧ୍ୟରେ ଆସିବା ଅନୁଚିତ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ବର୍ତ୍ତମାନ ୧୮ ବର୍ଷର କମ୍‌ ବୟସର ପିଲାଙ୍କୁ ନାବାଳକ ବୋଲି କୁହାଯାଉଛି। କିନ୍ତୁ ଯେଉଁମାନଙ୍କର ବୟସ ୧୬ ବର୍ଷରୁ କମ୍‌ ସେମାନଙ୍କୁ ନାବାଳକ ଭାବେ ବିବେଚନା କରାଯିବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।

୧୬ ବର୍ଷ ବୟସ ପରେ ସହମତି ଭିତ୍ତିରେ ଯୌନ ସମ୍ପର୍କ, ଶାରିରୀକ ସମ୍ପର୍କ କିମ୍ବା ଏ ସମ୍ପର୍କିତ କାର୍ଯ୍ୟକୁ ପୋକ୍‌ସୋ ଆଇନରେ ରହିଥିବା କଠିନ ପ୍ରାବଧାନରୁ ବାଦ୍‌ ଦିଆଯାଇପାରିବ ଏବଂ ଏହାକୁ କୋହଳ ପ୍ରାବଧାନ ସହିତ ଯୌନ ଉତ୍ପୀଡ଼ନ ମାମଲା ଆଧାରରେ ବିଚାର କରାଯାଇ ପାରିବ। ଯୌନ ଉତ୍ପୀଡ଼ନ ଏବଂ କିଶୋରଙ୍କ ସମ୍ପର୍କ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଦର୍ଶାଇ ମାଡ୍ରାସ ହାଇକୋର୍ଟ ବିଚାରପତି ଭି. ପାର୍ଥିବନ ଏହା କହିଛନ୍ତି।

- Advertisement -

ସୂଚନା ମୁତାବକ, ତାମିଲନାଡୁର ନାମକ୍କଲସ୍ଥିତ ଫାଷ୍ଟଟ୍ରାକ ମହିଳା କୋର୍ଟ ୨୦୧୮ ଜୁନରେ ଜଣେ ନାବାଳକଙ୍କୁ ପୋକ୍‌ସୋ ଆଇନ ଆଧାରରେ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ୩ ହଜାର ଟଙ୍କା ଜରିମାନା କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଆବେଦନକାରୀଙ୍କ ପିଟିଶନର ଶୁଣାଣି କରିବା ସମୟରେ ଉପରୋକ୍ତ ମନ୍ତବ୍ୟ ​‌ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories