www.samajalive.in
Saturday, December 13, 2025
14.1 C
Bhubaneswar

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ପ୍ରସଙ୍ଗ ; ଜିଲା ଜଜ୍‌ଙ୍କ ଅଦାଲତରୁ ଜାମିନ ପାଇଲେ ୫ଅଭିଯୁକ୍ତ

ସୁନ୍ଦରଗଡ଼ : ଗତ ୧୭ ତାରିଖ ଦିନ ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପାଲିରେ କେତେକ ବିଜେପି ସମର୍ଥକ କୁହାଯାଉଥିବା ଯୁବକ ଗଣମାଧ୍ୟମ ପ୍ରତିନିଧି ସୁଧାକର ପା​‌େ​‌ଣ୍ଡ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରି ଆହତ କରିଥିଲେ । ଏ ସଂପର୍କରେ ଶ୍ରୀ ପା​‌େ​‌ଣ୍ଡ ଥାନାରେ ଏତଲା ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ତୁରିତ ପଦକ୍ଷେପ ସ୍ବରୂପ ଶୋଭନ ହୋତା, ସୁଶିଲ ଗୁପ୍ତା, ସୁଭଜିତ ପଟ୍ଟନାୟକ, ଓମପ୍ରକାଶ ଅଗ୍ରୱାଲ, ନିରଜ ପଟେଲ ପ୍ରମୁଖଙ୍କୁ ହତ୍ୟା ଉଦ୍ୟମ, ଅସ୍ତ୍ରଶସ୍ତ୍ର ନିରାଧିକରଣ ଆଇନ ସମେତ ଅନ୍ୟାନ୍ୟ ଦଫାରେ ଗିରଫ କରି ଗତ ୧୮ ତାରିଖ ଦିନ କୋର୍ଟ ଚାଲାଣ କରିଥିଲେ । ସୁନ୍ଦରଗଡ଼ ଏସ.ଡ଼ି.ଜେ.ଏମ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ପୁନଶ୍ଚ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଜିଲା ଜଜ୍‌ଙ୍କ ଅଦାଲତରେ ଗତ ୨୦.୪.୧୯ରେ ଜାମିନ ଆବେଦନ କରାଯାଇଥିଲା । ଜିଲା ଜଜ୍‌ ଦିଲୀପ କୁମାର ମିଶ୍ର ଧରୁଆଡ଼ିହି ପୁଲିସକୁ ମାମଲା ସମ୍ବନ୍ଧୀୟ ସବିଶେଷ ତଥ୍ୟ (ଅପ-ଟୁ-ଡ଼େଟ ସିଡ଼ି), ମେଡ଼ିକାଲ ଇଞ୍ଜୁରି ରିପୋର୍ଟ ଓ ଏତଲାରେ ବର୍ଣ୍ଣିତ ଅସ୍ତ୍ରଶସ୍ତ୍ର ବ୍ୟବହୃତ ସମ୍ବନ୍ଧୀୟ ତଥ୍ୟର ରେକର୍ଡ଼ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ । ପୁଲିସ ଅଦାଲତର ନିର୍ଦେଶ ନୁସାରେ ସମସ୍ତ ତଥ୍ୟ ଉପସ୍ଥାପନ କରିବା ପରେ ଆଜି ଜାମିନ ଆବେଦନର ଶୁଣାଣି ହୋଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରଦୀପ ମହାନ୍ତି ପୁଲିସ ପକ୍ଷରୁ ଲଗାଯାଇଥିବା ଦଫା ପ୍ରଯୁଯ୍ୟ ନୁହେଁ, ବିଶେଷ କରି ହତ୍ୟା ଉଦ୍ୟମ(୩୦୭) ଓ ଅସ୍ତ୍ରଶସ୍ତ୍ର ବ୍ୟବହୃତ ନିରାଧିକରଣ ଆଇନ(୨୫ ଓ ୨୭ ଆର୍ମସ ଆକ୍ଟ) ର କୌଣସି ବିଧିବଦ୍ଧ ପ୍ରମାଣ ଓ ଏହାକୁ ପ୍ରମାଣିତ କଲା ଭଳି କୌଣସି ତଥ୍ୟ ପୁଲିସ ଉପସ୍ଥାପନ କରିବାରେ ସକ୍ଷମ ହୋଇନଥିବା ବେଳେ ୩୦୭ ପାଇଁ ମେଡ଼ିକାଲ ରିପୋର୍ଟରେ ମଧ୍ୟ ସେପରି କୌଣସି ଦିଗକୁ ଡ଼ାକ୍ତର ସ୍ପଷ୍ଟ କରିନଥିଲେ ଫଳରେ ଏହା ଏକ ସାମାନ୍ୟ ଆକ୍ରମଣ ଜନିତ ମାମଲା ବୋଲି ଆଇନଜୀବି ଶ୍ରୀ ମହାନ୍ତି ଅଦାଲତରେ ଦୃଢ଼ଯୁକ୍ତି ଉପସ୍ଥାପନ କରିଥିଲେ । ଅଦାଲତ ଶ୍ରୀ ମହାନ୍ତିଙ୍କ ଯୁକ୍ତିକୁ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଜାମିନରେ ମୁକୁଳିବା ପାଇଁ ଆଦେଶ ଦେବା ସହ ଦୁଇଟି ସର୍ତ୍ତ ଆରୋପ କରିଥିଲେ । ଏ ମାମଲାର ଶୁଣାଣିକୁ ନେଇ ଅଦାଲତ ପରିସର ଓ ବାହାରେ ବେଶ ଚର୍ଚ୍ଚା ହେଉଥିବାର ପରିଲିକ୍ଷିତ ହୋଇଥିଲା ।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories