www.samajalive.in
Saturday, December 13, 2025
14.1 C
Bhubaneswar

ନିର୍ବାଚନ ସଭାକୁ ଆସି ବାଇକ ଦୁର୍ଘଟଣାରେ ଦୁଇ ମୃତ

ଏରସମା : ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ତରଫରୁ ଏରସମା ବ୍ଲକର ଗୋଡାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିରାଟ ଜନସମାବେଶରେ ପ୍ରଚାର କରିଛନ୍ତି। ଅପରପକ୍ଷରେ ପୂର୍ବାହ୍ନରେ କେନ୍ଦ୍ର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୋରିକିନା ଠାରେ ଏକ ନିର୍ବାଚନୀ ସଭା ଶେଷ କରି ଅପରାହ୍ନରେ ଏରସମା ଠାରେ ଏହି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଦୁଇ ଦଳ ମଧ୍ୟରୁ ସ୍ଥାନୀୟ ଭୋଟର ମାନଙ୍କୁ ସଭାସ୍ଥଳକୁ ଅଣା ଯାଇଥିଲା ନିର୍ବାଚନୀ ସଭାସ୍ଥଳକୁ ଆସିଥିବା ଯୁବକ ମାନେ ବହୁ ସଂଖ୍ୟାରେ ଯୁବକ ମଦ୍ୟପାନ କରି ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭିତର ଅନ୍ଧାରୀ ପଂଚାୟତର ରସକଡାପୁର ମଲାପୁର ଗ୍ରାମର ହରି ଖଣ୍ଡୁଆଳ(୫୦) ଓ ଲଲାଟ ଲେଙ୍କା( ୩୨) ଏକ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଲୀକଂଟା ଛକ ନିକଟରେ ଏକ ଇଲେକ୍ଟ୍ରି ଖୁଂଟରେ ଧକା ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଏରସମା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ଏବଂ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ଦୁଇ ଜଣଙ୍କର ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଏରସମା ସ୍ଥାନୀୟ ପୋଲିସ ମେଡିକାଲକୁ ଯାଇ ଶବକୁ ଜବତ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଥବା ଜଣାଯାଇଛି।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories