ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ-୨୦୧୬ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ଦେଶଦ୍ରୋହ ମନ୍ତବ୍ୟ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଦିଲ୍ଲୀର ଏକ କୋର୍ଟ ପୁଲିସକୁ ରିପୋର୍ଟ ଲୋଡିଛନ୍ତି। ଜାମ୍ମୁ-କାଶ୍ମୀରରେ ସହିଦ ଯବାନଙ୍କ ରକ୍ତ ଓ ଭାରତର ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଯବାନଙ୍କ ପଛରେ ମୋଦୀ ଲୁଚିଛନ୍ତି ବୋଲି ରାହୁଲ ୨୦୧୬ ଅକ୍ଟୋବର ୬ରେ ଦିଲ୍ଲୀଠାରେ ଏକ ଜନସମାବେଶରେ କହିଥିଲେ। ଏହାକୁ ନେଇ ଆଇନଜୀବୀ ଯୋଗିନ୍ଦର ତୁଲି ଏକ ଏଫଆଇଆର ରୁଜୁ କରିବା ନିମନ୍ତେ ପୁଲିସକୁ ନିର୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ରାହୁଲ ଜଣେ ଜନପ୍ରତିନିଧିଙ୍କୁ ଅସମ୍ମାନ କରିବା ତଥା ଦେଶଦ୍ରୋହ ମନ୍ତବ୍ୟ ଦେଇଛନ୍ତି ବୋଲି ସେ ଅଭିଯୋଗ ଦର୍ଶାଇଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟ ପରିପ୍ରେକ୍ଷୀରେ ପୁଲିସ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ କେଶ ରୁଜୁ କରିବା ଉଚିତ ଥିଲା ବୋଲି ତୁଲି ଦର୍ଶାଇଥିଲେ। ଉଲ୍ଲେଖ ଯେ ଜାମ୍ମୁ-କାଶ୍ମୀରସ୍ଥିତ ଉରି ଉପରେ ଆକ୍ରମଣ ଘଟଣାରେ ୧୭ ଜଣ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା।
Popular Categories



