www.samajalive.in
Saturday, December 6, 2025
16.1 C
Bhubaneswar

ଚା’ ସହ ଏସବୁ ଖାଉଛନ୍ତି କି ? ହୋଇପାରେ ପ୍ରାଣଘାତୀ

ଏକ କପ୍‌ ଚା’ରୁ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ। କିଛି ବ୍ୟକ୍ତି ଚା’ ସହ କିଛି ସ୍ନାକ୍ସ ତ କିଛି ଡ୍ରାଏ ଫ୍ରୁଟ୍ସ ଖାଇଥାଆନ୍ତି। ଚା’ ପିଇବା ଦ୍ବାରା ଶରୀରରେ ଫୂର୍ତ୍ତି ଅନୁଭବ ହୋଇଥାଏ। କିନ୍ତୁ କିଛି ଏପରି ଖାଦ୍ୟ ଦ୍ରବ୍ୟ ରହିଛି ଯାହାକୁ ଚା’ ସହ ଖାଇବା ଦ୍ବାରା ଶରୀରରେ ଅନେକ କ୍ଷତି ହୋଇଥାଏ। ସ୍ବାସ୍ଥ୍ୟରେ ମଧ୍ୟ ଅବନ୍ନତି ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଚା’ ସହ କେଉଁ ଖାଦ୍ୟ ଖାଇବା ଅନୁଚିତ୍ ..

ଚା’ ସହ କେବେ ବି ଭୁଲରେ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଚା’ରେ ଥିବା ଟେନିନ୍ ଓ ପ୍ରୋଟିନ୍ ଏକତ୍ରିତ ହୋଇଗଲେ ଶରୀରର ଅନେକ କ୍ଷତି ହୋଇଥାଏ।

- Advertisement -

ଅଧିକତଃ ବ୍ୟକ୍ତି ଚା’ରେ କଫି ପାଉଡର ମିଶାଇ ପିଇଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ। କାରଣ ଚା’ ସହ କଫିରେ ଥିବା କୈଫିନ ମିଶିଲେ ପେଟରେ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ।

ଚା’ ସହ କେବେ ବି ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଶରୀରରେ ରକ୍ତହୀନତା ଦେଖା ଦେଇଥାଏ।

କେବେ ବି ଭୁଲରେ ମାଛ, ମାଂସ ସହ ଚା’ ପିଅନ୍ତୁ ନାହିଁ। ଏହା ଆମର ପାଚନ କ୍ରିୟାକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ। ଏହାଦ୍ବାରା ପେଟ ଫୁଲିବା, ପେଟରେ ଯନ୍ତ୍ରଣା ହେବା ସହ ପାଚନ ସମ୍ବନ୍ଧିତ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ।

କେବେ ବି ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ସଙ୍ଗେ ସଙ୍ଗେ ଚା’ ପିଅନ୍ତୁ ନାହିଁ। ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ବାରା ଏସିଡିଟି, ଆପେଣ୍ଡିସ୍‌, ଅଲସର ପରି ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ତେଣୁ ଖାଦ୍ୟ ଖାଇବାର ୧ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ଚା’ ପିଇବା ଉଚିତ୍‌।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories