www.samajalive.in
Saturday, December 6, 2025
16.1 C
Bhubaneswar

ମଦ ପିଇବାକୁ ଟଙ୍କା ନ ଦେବାରୁ ମା’ ଓ ଭାଇକୁ ହତ୍ୟା

ନୂଆଦିଲ୍ଲୀ: ମଦ ପାଇଁ ରାଜଧାନୀ ନୂଆଦିଲ୍ଲୀରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ବ୍ୟକ୍ତି ତାଙ୍କ ୭୫ ବର୍ଷୀୟା ମା’ ଏବଂ ସାନ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରେ ଘଟିଛି। ଅଭିଯୁକ୍ତ ଜଣକ ହେଲେ ସୁନୀଲ ଆରୋରା(୫୨)।

ଉତ୍ତମ ନଗରର ବିଶ୍ଵାସ ପାର୍କରେ ସୁନୀଲ ତାଙ୍କ ମା’ ଲତା ଏବଂ ଭାଇ ରାଜେନ୍ଦ୍ରଙ୍କ ସହ ରହୁଥିଲେ। ଦୁଇ ଭାଇଙ୍କୁ ସେମାନଙ୍କ ପତ୍ନୀମାନେ ଛାଡ଼ପତ୍ର ଦେବା ପରେ ସେମାନେ ନିଜ ମା’ ପାଖରେ ରହୁଥିଲେ।  ୭୫ ବର୍ଷୀୟା ମା’ ପରିବାର ଚଳାଉଥିଲେ। ସୁନୀଲ ତାଙ୍କ ମା’କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବେ ନାହିଁ ବୋଲି କହିବାରୁ ସୁନୀଲ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ସାନ ଭାଇ ବିରୋଧ କରିବାରୁ ତାଙ୍କୁ ମଧ୍ୟ ସେ ଛୁରାମାଡ଼ କରିବା ସହ ଏକ ବ୍ୟାଟ୍‌ରେ ମୁଣ୍ଡକୁ ପିଟିଦେଇଥିଲେ। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା କରିବା ପରେ ସୁନୀଲ ସେହିଠାରେ ବସିରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories